fbpx

୬୦ ହଜାର ସରକାରୀ ସାଧାରଣ ବୀମା କର୍ମଚାରୀଙ୍କ ପାଇଁ ଖୁସିଖବର, ଖୁବଶୀଘ୍ର ବଢ଼ିପାରେ ଦରମା

ନୂଆଦିଲ୍ଲୀ: ସରକାରୀ ସାଧାରଣ ବୀମା କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ ସାଧାରଣ ବୀମା କମ୍ପାନୀଗୁଡିକର ୬୦,୦୦୦ କର୍ମଚାରୀଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି ହୋଇପାରେ । ମିଡିଆ ରିପୋର୍ଟ ଅନୁସାରେ, ଅର୍ଥ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ମୁତାବକ ଯେକୌଣସି ପରିସ୍ଥିତିରେ ପିଏସୟୁ ଜେନେରାଲ ଇନସୁରାନ୍ସର କର୍ମଚାରୀମାନଙ୍କୁ ୨୦୨୧ ମସିହାରେ ଦରମା ସଂଶୋଧନ ମିଳିବ । ଆସନ୍ତା କିଛି ଦିନ ମଧ୍ୟରେ ଏହା ଘୋଷଣା କରାଯିବ । ତେବେ ଦେଶର ବୃହତ୍ତମ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ପ୍ରଥମରୁ ହିଁ ନିଜର କର୍ମଚାରୀଙ୍କ ବେତନ ସଂଶୋଧନର ଘୋଷଣା କରିସାରିଛି । ତେବେ ସରକାର ଏଲଆଇସି କର୍ମଚାରୀଙ୍କ ଦରମାକୁ ୧୬ ପ୍ରତିଶତ ବୃଦ୍ଧି କରିଛନ୍ତି । ଶେଷ ବୃଦ୍ଧି ୨୦୧୨ ରେ କରାଯାଇଥିଲା ।

Get real time updates directly on you device, subscribe now.