fbpx

ଜିଲ୍ଲା ମେଡିକାଲରେ ୮୨ଟି ପଦବୀ ଖାଲି, ଡିସେମ୍ବର ୧୫ ପୂର୍ବରୁ କରନ୍ତୁ ଆବେଦନ

ସୁନ୍ଦରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଚାକିରି ପାଇଁ ଏକ ବିଜ୍ଞାପନ ବାହାରିଛି । ଏନଏଚଏମ ଅଧୀନରେ କଣ୍ଟ୍ରାକଚୁଆଲ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏଥିରେ ଆବଦନ କରିପାରିବେ । ତେବେ ମୋଟ ୮୨ ପୋଷ୍ଟ ପାଇଁ ବିଜ୍ଞାପନ ବାହାରିଥିବା ବେଳେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ବ୍ଲକ ଆକାଉଣ୍ଟସ ମ୍ୟାନେଜର, ଆକାଉଣ୍ଟାଣ୍ଟ, ବ୍ଲକ ଡାଟା ମ୍ୟାନେଜର ପରି ୨୨ ପ୍ରକାର ପଦବୀ ରହିଛି । ତେବେ ଇଚ୍ଛୁକ ପ୍ରାର୍ଥୀମାନେ ନୋଟିଫିକେସନକୁ ଭଲ ଭାବେ ପଢ଼ି ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ଆବେଦନ କରିବାକୁ ଅନୁରୋଧ ।

କେବଳ ଏନଏଚଏମର ଇନ-ହାଉସ୍ ପ୍ରାର୍ଥୀମାନେ ଏହି ସମସ୍ତ ପଦବୀ ପାଇଁ ଆବେଦନ ପାଇଁ ଯୋଗ୍ୟ ହେବେ । ପ୍ରାର୍ଥୀଙ୍କୁ ଆସନ୍ତା ୧୫ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ‘ଅଫିସ୍ ଅଫ୍ ଦି ଚିଫ୍ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ ପବ୍ଲିକ ହେଲଥ ଅଫିସର, ସୁନ୍ଦରଗଡ଼, ପିନ- ୭୭୦୦୧’ ଠିକଣାରେ ରେଜିଷ୍ଟରଡ / ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଇବାକୁ ପଡ଼ିବ । ଆବେଦନକାରୀମାନେ ନେ-ଅବଜେକସନ ସାର୍ଟିଫିକେଟ, ଏକ୍ସପରିଏନ୍ସ ସାର୍ଟିଫିକେଟ ଓ କାଷ୍ଟ ସାର୍ଟିଫିକେଟ ମଧ୍ୟ ଆପିଲିକେସନ ଫର୍ମରେ ସଂଯୁକ୍ତ କରିବାକୁ ପଡ଼ିବ । ତଳେ ଦିଆଯାଇଥିବା ଲିଙ୍କରୁ ପ୍ରାର୍ଥୀମାନେ ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ ।

ବିଜ୍ଞାପନ ଡିଟେଲ୍ସ ଲିଙ୍କ : https://cdn.s3waas.gov.in/s3289dff07669d7a23de0ef88d2f7129e7/uploads/2021/11/2021112637.pdf

Get real time updates directly on you device, subscribe now.