fbpx

ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ‘ସାଗର କବଚ’: ଆଜି-କାଲି ପାରାଦୀପ ସମୁଦ୍ରରେ ଦେଖିବାକୁ ମିଳିବ ସମରାଭ୍ୟାସ

ପାରାଦୀପ (ଭାସ୍କର ନ୍ୟୁଜ୍‌): ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ପାରାଦୀପର ଗଭୀର ସମୁଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ସାଗର କବଚ । ଏହି ମିଳିତ ସମରାଭ୍ୟାସରେ ଓଡିଶା ପୋଲିସ୍‌, ମେରାଇନ୍‌ ପୋଲିସ୍‌, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା,ଓଡିଶା ମତ୍ସ୍ୟ ବିଭାଗ, ରାଜ୍ୟ ଜଙ୍ଗଲ ବିଭାଗ ପ୍ରମୁଖ ସାମିଲ ହେବେ ବୋଲି ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ ସୂଚନା ଦେଇଛନ୍ତି । ବର୍ଷରେ ଦୁଇ ଥର ଏହି ମିଳିତ ସମରାଭ୍ୟାସ ଆୟୋଜିତ ହୋଇଥାଏ । ୨୬ା୧୧ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପରେ ର୍ତକାଳୀନ କେନ୍ଦ୍ର ସରକାର ଦେଶର ଉପକୂଳର ସୁରକ୍ଷା ପାଇଁ ଯୋଜନା କରିଥିଲେ । ଏହାର ଅଂଶ ବିଶେଷ ହେଉଛି ମିଳିତ ସମରାଭ୍ୟାସ। ଯଦି କୌଣସି ବି ପରିସ୍ଥିତିରେ ଆତଙ୍କବାଦୀମାନେ ଅନୁ ପ୍ରବେଶର ଉଦ୍ୟମ କରନ୍ତି ତାକୁ ପଣ୍ଡ କରିବାର ସମସ୍ତ କୌଶଳ ସମରାଭ୍ୟାସରେ ସାମିଲ ଟିମ୍‌ ମାନେ ଜାଣିଥାନ୍ତି । ଯାହାକୁ ଅତି ସହଜରେ ଆତଙ୍କବାଦୀମାନଙ୍କୁ ଧରାଯିବାରେ ସଫଳତା ମିଳିବ ବୋଲି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ।

Get real time updates directly on you device, subscribe now.