fbpx

ଓମିକ୍ରନକୁ ନେଇ ବଢ଼ିଲା ଭୟ: ଆଫ୍ରିକୀ ଦେଶରୁ ୧୫ ଦିନ ଭିତରେ ମୁମ୍ବାଇ ଆସିଛନ୍ତି ୧୦୦୦ ଯାତ୍ରୀ

ମୁମ୍ବାଇ: ବିଶ୍ୱବ୍ୟାପୀ କରୋନାର ନୁତନ ଭାରିଆଣ୍ଟ ଓମିକ୍ରନ୍ କୁ ନେଇ ଭୟର ବାତାବରଣ ଛାଇ ଯାଇଛି । ଡେଲଟା ଭାରିଆଣ୍ଟ ଠାରୁ ଏହାକୁ ଅଧିକ ମାରାତ୍ମକ ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଏବେ ଏହି ଭୟ ଭିତରେ ମାୟାନଗରୀ ମୁମ୍ବାଇ ପାଇଁ ଏକ ଚିନ୍ତାରେ ପକାଇବା ପରି ଖବର ଆସିଛି । ସୂଚନା ଯେ, ୧୫ ଦିନ ମଧ୍ୟ ଆଫ୍ରିକୀ ଦେଶରୁ ୧୦୦୦ ଜଣ ଯାତ୍ରୀ ମୁମ୍ବାଇରେ ଲ୍ୟାଣ୍ଡ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ବିଏମସିର ଅଧିକାରୀ ମାନେ ଦେଇଛନ୍ତି । ଯେଉଁ ଠାରେ ଓମିକ୍ରନ୍ ର ଆଶଙ୍କା ଅଧିକ ରହିଇଛି ସେହିଠାରୁ ଏତେ ସଂଖ୍ୟକ ଯାତ୍ରୀ ଦେଶକୁ ଆସିବା ଏକ ପ୍ରକାର ସତର୍କ ଘଣ୍ଟି ପରି ହୋଇଯାଇଛି । ବିଏମସି ଅଧିକାରୀ ମାଦେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ତେବେ ଏହି ୧୦୦୦ ଜଣ ଯାତ୍ରୀଙ୍କ ମଧ୍ୟରୁ ବିଏମସି ପାଖରେ କେବଳ ୪୬୬ ଜଣ ଯାତ୍ରୀଙ୍କ ତଥ୍ୟ ରହିଛି । ବାକି ୧୦୦ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ଏମାନଙ୍କ ମଧ୍ୟରୁ ଯେଉଁ ମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ରିପୋର୍ଟ ଜିନୋମ୍ ସିକ୍ୱେନ୍ସ ପାଇଁ ପଠାଯିବ । ଆହୁରି ମଧ୍ୟ କୁହାଯାଇଛି ଯେ, ଏହିସବୁ ଦେଶରୁ ଆସୁଥିବା ସଂକ୍ରମିତ ଲୋକଙ୍କୁ ସେୱନ୍ ହିଲ୍ସ ହସ୍ପିଟାଲରେ କ୍ୱାରେଣ୍ଟାଇନ୍ ରେ ରଖାଯିବ ।

ଏହି ଭୁତାଣୁର ସଂକ୍ରାମକତାକୁ ଆଖି ଆଗରେ ରଖି ବିଏମସି ସବୁ ପ୍ରକାର ପ୍ରସ୍ତୁତି ରେ ଲାଗିପଡ଼ିଛି । ମୁମ୍ବାଇ ବିମାନବନ୍ଦରରେ ଜୋରଦାର୍ ପ୍ରସ୍ତୁତି ହୋଇଛି । ଓମିକ୍ରନ ଭୟ କାରଣରୁ ପାଞ୍ଚଟି ହସ୍ପିଟାଲ ଓ ଜମ୍ବୋ ସୁବିଧା କରାଯାଇଛିୁ । ଏବେ ୫ଟି ଜମ୍ବୋ ସେଣ୍ଟର କାର୍ଯ୍ୟଶୀଳ ରହିଛି । ଆଗାମୀ ଦିନରେ ସ୍କ୍ରିନିଂ ଆହୁରି ଜୋରଦାର କରାଯିବ ।

Get real time updates directly on you device, subscribe now.