fbpx

ବିରାଟ କୋହଲିଙ୍କଠୁ କଣ ଅଧିକ ଦରମା ପାଇବେ ଦିନିକିଆ ଓ ଟି-୨୦ ଅଧିନାୟକ ରୋହିତ ଶର୍ମା ?

ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ କାନ୍ଧରେ ଏବେ ଭାରତୀୟ କ୍ରିକେଟ୍ ଦଳର ଭବିଷ୍ୟତ । ମୁମ୍ବାଇର ଏହି ଷ୍ଟାର ଖେଳାଳିଙ୍କୁ ଭାରତୀୟ କ୍ରିକେଟ୍ ଦଳର ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ କରାଯାଇଛି । ରୋହିତ ଶର୍ମା ବର୍ତ୍ତମାନ ବିରାଟ କୋହଲିଙ୍କ ସ୍ଥାନ ନେଇଛନ୍ତି । ବିରାଟଙ୍କୁ କେବଳ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ରୋହିତଙ୍କୁ ଟେଷ୍ଟ ଦଳର ଉପ ଅଧିନାୟକ ମଧ୍ୟ କରାଯାଇଛି । ଏମିତିରେ ଭାରତୀୟ କ୍ରିକେଟ୍ ଦଳରେ ରୋହିତ ଶର୍ମାଙ୍କ ପତିଆରା କୋହଲିଙ୍କଠୁ ଅଧିକ ବଢିଛି । ଅନ୍ୟପଟେ କୋହଲିଙ୍କ ଅଧିକାର ଓ କ୍ଷମତାକୁ ସଙ୍କୁଚିତ କରାଯାଇଛି । ଏବେ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ, କଣ ରୋହିତଙ୍କୁ ବିରାଟ କୋହଲିଙ୍କଠୁ ଅଧିକ ଦରମା ମିଳିବ । ଆସନ୍ତୁ ଜାଣିବା ଭାତୀୟ କ୍ରିକେଟ୍ ବୋର୍ଡ ରୋହିତ ଓ ବିରାଟଙ୍କୁ ବାର୍ଷିକ କେତେ ଦରମା ଦେଇଥାଏ ।

ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କୁ ବିସିସିଆଇ ବାର୍ଷିକ ଚୁକ୍ତି ତାଲିକାରେ ଗ୍ରେଡ ଏ + କାଟାଗୋରୀରେ ରଖିଛି । ଏହି ଧରଣର ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିଥାଏ । ବିସିସିଆଇ ଅଧିନାୟକଙ୍କୁ କୌଣସି ଅଲଗା ଦରମା ଦିଏ ନାହିଁ । ବୋର୍ଡ ଗ୍ରେଡ ଏ, ବି, ସି ଖେଳାଳିଙ୍କୁ କ୍ରମଶଃ ୫ କୋଟି, ୩ କୋଟି ଏବଂ ଏକ କୋଟି ଟଙ୍କା ଦେଇଥାଏ ।

ଆଇପିଏଲ ୨୦୨୨ରେ କୋହଲିଙ୍କଠୁ ଅଧିକ ଆୟ କରିବେ ରୋହିତ

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ଆଇପିଏଲରେ ୧୫ କୋଟି ବଦଳରେ ୧୬ କୋଟି ଟଙ୍କା ମିଳିବ । ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟ କୋହଲିଙ୍କୁ ୧୫ କୋଟି ଟଙ୍କାରେ ଦଳରେ ରଖିଛି । କିନ୍ତୁ କୋହଲିଙ୍କ ଦରମାରେ ୨ କୋଟି ଟଙ୍କା ହ୍ରାସ କରାଯାଇଛି । ପୂର୍ବେ ତାଙ୍କୁ ଫ୍ରାଞ୍ଚାଇଜି ୧୭ କୋଟି ଟଙ୍କା ଦେଉଥିଲା ।

ଆଇପିଏଲରେ ରୋହିତଙ୍କ ବିରାଟଙ୍କଠୁ ଅଧିକ ଆୟ

ରୋହିତ ଶର୍ମା ଆଇପିଏଲରେ ଏ ପର୍ଯ୍ୟନ୍ତ ୧୪୬.୬ କୋଟି ଟଙ୍କା ଆୟ କରି ସାରିଛନ୍ତି । ରୋହିତ ଶର୍ମା ଆଇପିଏଲରେ ଏମଏସ ଧୋନୀଙ୍କ ପରେ ସବୁଠୁ ଅଧିକ ଆୟକାରୀ ଖେଳାଳି । ଧୋନୀ ଆଇପିଏଲରୁ ୧୫୦ କୋଟିରୁ ଅଧିକ ଆୟ କରିବାରେ ଏକ ମାତ୍ର କ୍ରିକେଟର । କୋହଲି ଏ ପର୍ଯ୍ୟନ୍ତ ଆଇପିଏଲରୁ ୧୪୩ କୋଟି ଟଙ୍କା ଆୟ କରିଛନ୍ତି ।

 

Get real time updates directly on you device, subscribe now.