ଅବସର ନେବେ କି ରବୀନ୍ଦ୍ର ଜାଡେଜା? ଜାଣନ୍ତୁ କଣ କହିଲେ କ୍ରିକେଟର

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟେଷ୍ଟରୁ ଅବସର ନେବା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ଏହି ଖବର ଆସିବା ପରେ ଏହାକୁ ନେଇ କ୍ରୀଡାପ୍ରେମୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ରବୀନ୍ଦ୍ର ଜାଡେଜା ସୋସିଆଲ ମିଡିଆରେ ବୁଧବାର ଦୁଇଟି ଫଟୋ ପୋଷ୍ଟ କରି ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । କିଛି ଗଣମାଧ୍ୟମରେ ଜାଡେଜାଙ୍କ ରିଟାୟାର ହେବା ନେଇ ଖବର ପ୍ରକାଶ ପାଇଥିଲା । ୩୩ ବର୍ଷୀୟ ଜାଡେଜା ଭାରତୀୟ ଟେଷ୍ଟ କ୍ରିକେଟର ପ୍ରମୁଖ ଅଙ୍ଗ ରହିଥିବା ବେଳେ ନିଜ ଟି-୨୦ କ୍ୟାରିୟରକୁ ଦୀର୍ଘସ୍ଥାୟୀ କରିବା ପାଇଁ ସେ ଟେଷ୍ଟ ଛାଡିବେ ବୋଲି ଆଲୋଚନା ହୋଇଥିଲେ ।

ବୁଧବାର ତିନି ମିନିଟରେ ୨ଟି ଫଟୋ ପୋଷ୍ଟ କରିଥିଲେ । ଏହା ସହିତ ରିଟାୟରମେଣ୍ଟ ଆଲୋଚନାକୁ ବନ୍ଦ କରି ଦେଇଥିଲେ । ଗୋଟିଏ ଫଟୋରେ ଲେଖିଥିଲେ କି ଆହୁରି ବହୁତ ଦୂର ଯିବା ବାକି ଅଛି । ଯେଉଁମାନେ ନକଲି ବନ୍ଧୁ ସେମାନେ ଏମିତି ଗୁଜବ ପ୍ରଚାର କରନ୍ତି, ଅସଲି ବନ୍ଧୁ ଏଭଳି ଗୁଜବ ପ୍ରଚାର କରନ୍ତି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଆହତ କାରଣରୁ ଜାଡେଜା ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡିଛନ୍ତି ।

Get real time updates directly on you device, subscribe now.