fbpx

ଅନ୍ଧବିଶ୍ୱାସର ଏକ ଭୟଙ୍କର ପରିଣାମ: ଗୁଣି ସନ୍ଦେହରେ ସାରା ଗାଁ ହୋଇଗଲା ଶୂନଶାନ

ଆଜିକାଲି ବିଜ୍ଞାନ ଏବଂ ଟେକ୍ନୋଲୋଜି ଖୁବ ଆଗକୁ ଗଲାଣି । କିନ୍ତୁ ଅନେକ ସ୍ଥାନରେ ଅନ୍ଧବିଶ୍ୱାସ ଏବଂ ଗୁଣି ଗାରେଡି ଏବେ ବି ଲୋକଙ୍କ ମନରେ ବସା ବାନ୍ଧି ରହିଛି । ଗଞ୍ଜାମ ଜିଲ୍ଲାରେ ଏବେ ଏହି ଅନ୍ଧବିଶ୍ୱାସ ଏକ ଭୟଙ୍କର ରୂପ ନେଇଛି । ଗୁଣି ଗାରେଡି ସନ୍ଦେହରେ ଉତ୍ତ୍ୟକ୍ତ ଗ୍ରାମବାସୀ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । କବିସୂର୍ଯ୍ୟନଗର ମଧୁରଝୋଳରେ ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ।

ଅଭିଯୋଗ ଅନୁଯାୟୀ, ଗ୍ରାମର ଝୁନୁ ନାହକ ଏହି ଘଟଣାର ଶିକାର ହୋଇଛନ୍ତି । ହଠାତ ରାତିରେ ଯୁଧିଷ୍ଠିର ନାହକଙ୍କ ଘରେ ଧସେଇ ପଶିଥିଲେ ଶତାଧିକ ଗ୍ରାମବାସୀ । ସାମନାକୁ ଯିଏ ବି ଆସିଲା ତାଙ୍କୁ ନିସ୍ତୁକ ମାଡ ମାରି ଚାଲିଲେ ଉତ୍ତ୍ୟକ୍ତ ଲୋକେ । ଏହାପରେ ଯୁଧିଷ୍ଠିର ଏବଂ ଦୁଇ ପୁଅ ଭୟରେ ବିଲ ଭିତରେ ଲୁଚି ଯାଇଥିଲେ । ଏହାପରେ ପତ୍ନୀ ଝୁନୁ ନାହକଙ୍କୁ ଏକା ପାଇ ନିର୍ଦ୍ଧୁର୍ମ ମାଡ ମାରିଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏସବୁର ମୂଳ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ଗତ କିଛି ମାସରେ ୧୦-୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ତେଣୁ ଏହା ପଛରେ ଗୁଣି ଗାରେଡି ଥିବା ନେଇ ସନ୍ଦେହ କରିଥିଲେ ଗ୍ରାମବାସୀ ।

ଜଣେ ଯୁବତୀଙ୍କ ଦେହକୁ ପ୍ରେତ ଲାଗିଥିଲା ଏବଂ ସେ ଗାଁର ଯୁଧିଷ୍ଠିରଙ୍କ ସମେତ ୪ ଜଣ ଗୁଣି କରୁଥିବା କହିଥିଲା। ପରେ ସେହି ୪ ଜଣଙ୍କୁ ଡାକି ଗାଁ ଦାଣ୍ଡରେ ବସିଥିଲା ବୈଠକ। ତେବେ ଉତ୍ତ୍ୟକ୍ତ ଗ୍ରାମବାସୀ ବୈଠକରେ ସଂପୃକ୍ତ ୪ ଜଣ ଓ ସେମାନଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ଯୁଧିଷ୍ଠିର। ପରଦିନ ଉତ୍ତ୍ୟକ୍ତ ଗ୍ରାମବାସୀ ଯୁଧିଷ୍ଠିରଙ୍କ ଘରେ ପଶି ଆକ୍ରମଣ କରିଥିବା ବେଳେ ଏହାର ଶୀକାର ହୋଇଥିଲେ ଝୁନୁ ନାହକ। ତେବେ ଗାଁଲୋକଙ୍କ କହିବା ହେଉଛି, ଆତ୍ମହତ୍ୟା କରିଛନ୍ତି ଝୁନୁ।

Get real time updates directly on you device, subscribe now.