fbpx

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

Advertisement

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏ ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ଆଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହେଉଛି ବିପର୍ଯ୍ୟୟ । ଏହା କେତେ ପରିମାଣରେ ଭୟଙ୍କର ରୂପ ନେବ ତାହା ଆକଳନ କରିହେଉନି । ଗୋଆ ଠାରୁ ୮୪୦ କିମି ଥିବା ବେଳେ ମୁମ୍ବାଇ ଠାରୁ ୮୭୦ କିମି ଦୂରରେ ଏହା ରହିଛି । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଦୁଇ ଦିନରେ ଉତ୍ତର ଉତ୍ତରପଶ୍ଚିମକୁ ଏହା ଗତି କରିବ ।

Get real time updates directly on you device, subscribe now.