fbpx

ରୋହି ମାଛ ଖାଉଥିଲେ ସାବଧାନ ! କିଡ଼ନୀ ନଷ୍ଟ କରିବା ସହିତ ଆକସ୍ମିକ ମୃତ୍ୟୁର ହୋଇପାରନ୍ତି ଶିକାର

ନୂଆଦିଲ୍ଲୀ: ଆପଣ ଛୋଟ ବେଳୁ ଶୁଣିଥିବେ ମାଛ ଖାଇବା ଦ୍ୱାରା ଆମର ବିଭିନ୍ନ ପ୍ରକାରର ସମସ୍ୟା ଦୂର ହେଇଥାଏ। କାରଣ ମାଛ ହେଉଛି ପ୍ରୋଟିନର ଏକ ଉତ୍ସ । କିନ୍ତୁ ମାଛ ଖାଇବା ଦ୍ୱାରା ସମସ୍ୟା ହେଇଥିବା ହୁଏତ ଆପଣ କେବେ ଆଗରୁ ଶୁଣିନଥିବେ । ତେବେ ଏହା ଆପଣଙ୍କୁ ନିହାତି ଭାବରେ ଆଶ୍ଚର୍ଯ୍ୟ କରୁଥିବ। ପ୍ରାୟତଃ କିଛି ଲୋକ ଅସୁସ୍ଥ ହେଲେ ଡାକ୍ତରଙ୍କ ଅପେକ୍ଷା ଘରୋଇ ବଇଦଙ୍କ ଦ୍ୱାରା ଠିକ ହେବାକୁ ବିଶ୍ୱାସ କରନ୍ତି । ଏବଂ ଏହିପରି ପ୍ରେସକ୍ରିପସନ୍ ବିନା ଯାଞ୍ଚ ବେଳେବେଳେ ସାଂଘାତିକ ପ୍ରମାଣିତ ହୁଏ ।

ସୂଚନାମୁତାବକ ମଧୁମେହର ସ୍ୱଦେଶୀ ଚିକିତ୍ସା ପରେ କିଡନୀ ବିଫଳ ହେବାର ଗୋଟିଏ ମାମଲା ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରୁ ସାମ୍ନାକୁ ଆସିଛି। ଏଠାରେ ରାଞ୍ଚି ନିବାସୀ ୪୮ ବର୍ଷୀୟ ସୀତା ଦେବୀଙ୍କୁ ବାନ୍ତି ଏବଂ କିଡନୀ ଜନିତ ସମସ୍ୟା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ କହିଛନ୍ତି ଯେ ଡାକ୍ତରଙ୍କ ନିର୍ଦ୍ଦେଶରେ ମଧୁମେହକୁ ଭଲ କରିବା ପାଇଁ ସେ ତିନି ଦିନ ଧରି ‘ରୋହି’ ମାଛର କଞ୍ଚା ଗାଲ୍ ବ୍ଲାଡର(ପିତ ) ଖାଇଥିଲେ।

ମହିଳା ଜଣକ କହିଛନ୍ତି ଯେ ଏହି ଘରୋଇ ଉପଚାର ଗ୍ରହଣ କରିବାର କିଛି ଦିନ ପରେ ସେ ପ୍ରବଳ ବାନ୍ତି କରିବାକୁ ଲାଗିଲେ। ମହିଳାଙ୍କ ଅବସ୍ଥା ବିଗିଡି ଯିବାରୁ ପରିବାର ସଦସ୍ୟ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗରାମ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଠାରେ ମହିଳାଙ୍କୁ ନେଫ୍ରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା ଏବଂ କିଡନୀ ସମସ୍ୟା ଚିହ୍ନଟ ହେବା ପରେ ହେମୋଡାୟଲିସିସ୍ ର ଦୁଇଟି ଅବଜରଭେସନ ରଖା ଯାଇଥିଲା।

ମେଡିକାଲ ଭର୍ତ୍ତିର ସପ୍ତମ ଦିନରେ ତାଙ୍କ କିଡନୀ ସୁସ୍ଥ ହେବାକୁ ଲାଗିଲା ଏବଂ ଦୁଇ ସପ୍ତାହ ପରେ ତାଙ୍କୁ ଡିସଚାର୍ଜ କରାଗଲା । କଞ୍ଚା ମାଛ ଗଲ୍ ବ୍ଲାଡରର ବ୍ୟବହାର ଭାରତ ସମେତ ଏସିଆର କେତେକ ଅଞ୍ଚଳରେ ବିଶେଷ ଭାବରେ ପୂର୍ବ ଏବଂ ଦକ୍ଷିଣ ଭାରତରେ ଏକ ସାଧାରଣ ଅଭ୍ୟାସ। ଏହା ପାରମ୍ପାରିକ ଭାବରେ ମଧୁମେହ ରୋଗ, ବ୍ରୋଙ୍କିଆଲ୍ ଆଜମା, ଆର୍ଥ୍ରାଇଟିସ୍ କୁ ଭଲ କରିଥାଏ ବୋଲି ବିଶ୍ୱାସ କରାଯାଏ । ସବୁଠାରୁ ସାଧାରଣ ହେଉଛି ରୋହି ଦେଶର ଅନେକ ସ୍ଥାନରେ ସାଧାରଣତଃ ଖିଆଯାଏ ।

ମାଛର ଗାଲ୍ ବ୍ଲାଡରକୁ ଏଭଳି କଞ୍ଚା ଖାଇବା କିନ୍ତୁ ଶରୀର ପାଇଁ ବହୁତ କ୍ଷତିକାର ହେଇପାରେ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ମାଛ ପିତ୍ତରେ ସାଇପ୍ରିନୋଲ ନାମକ ଏକ ବିଷାକ୍ତ ପଦାର୍ଥ ରହିଥାଏ, ଯାହା ମଣିଷରେ କିଡନୀ ନଷ୍ଟ କରିଥାଏ । ଗୁରୁତର ଅବସ୍ଥାରେ ବେଳେ ବେଳେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । ତେଣୁ ଏହା ନିଶ୍ଚିତ କରିବା ଜରୁରୀ ଯେ ମାଛ ସଠିକ୍ ଭାବରେ ରନ୍ଧା ଯାଇଛି, କାରଣ ଏହା ମାଛରେ ଥିବା ବିଷାକ୍ତ ପଦାର୍ଥର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Get real time updates directly on you device, subscribe now.