ୱାଶିଂଟନ/ଇସଲାମାବାଦ,୩ା୨: କୁହାଯାଏ, ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ, ବୟସ । ଠିକ୍ ସେମିତି ଜଣେ ୩୩ ବର୍ଷୀୟା ମହିଳା ଜଣେ ୧୯ ବର୍ଷୀୟ ଯୁବକଙ୍କ କ୍ଷେତ୍ରରେ ଘଟିଛି । ୧୯ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡ଼ି ମହିଳା ଜଣକ ସୁଦୂର ଆମେରିକାରୁ ଚାଲିଆସିଥିଲେ ପାକିସ୍ତାନ । ପରେ ତାଙ୍କ ପ୍ରେମିକ ଯାହା କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ । ତେବେ ଜାଣନ୍ତୁ ପୂରା ଘଟଣା…
ମହିଳା ଜଣକ ଦାବି କହିଥିଲେ ଯେ, ସେ ତାଙ୍କ ପ୍ରେମିକ ନିଦାଲ ମେମନଙ୍କୁ ଅନଲାଇନରେ ଭେଟିଥିଲେ। କିନ୍ତୁ ଏହି ମହିଳାଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖାଯାଇଥିଲା ଏବଂ ଏହି ପ୍ରେମ କାହାଣୀର ପରିଣାମ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଥିଲା।
ପ୍ରକୃତରେ ୩୩ ବର୍ଷୀୟା ଆମେରିକୀୟ ମହିଳା ଓନିଜା ଆଣ୍ଡ୍ରୁ ରବିନସନ୍ ତାଙ୍କ ପ୍ରେମିକ ନିଦାଲ ଅହମ୍ମଦ ମେମନଙ୍କୁ ଭେଟିବା ପାଇଁ ଆମେରିକାରୁ କରାଚୀରେ ପହଞ୍ଚିଥିଲେ। ତଥାପି ୧୯ ବର୍ଷୀୟ ନିଦାଲ ମେମନ ରବିନସନଙ୍କୁ ଧୋକା ଦେଇଛନ୍ତି , କାରଣ ସେ କହିଥିଲେ ଯେ, ତାଙ୍କ ପରିବାର କେବେବି ସେମାନଙ୍କ ବିବାହରେ ରାଜି ହେବେ ନାହିଁ। ଏହା ପରେ ରବିନସନ୍ କରାଚୀରେ ଫସି ରହିଲେ। ତାଙ୍କର ଭିସା ମଧ୍ୟ ଶେଷ ହୋଇଗଲା ଏବଂ ତାଙ୍କୁ ସମର୍ଥନ କରିବା ପାଇଁ କେହି ନଥିଲେ।
କିନ୍ତୁ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ, ଓନିଜା ରବିନସନ୍ ନିଦାଲଙ୍କ ଘର ବାହାରେ ଡେରା ପକାଇବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଯେତେବେଳେ ସେ ଜାଣିଲେ ଯେ ନିଦାଲଙ୍କ ଘର ତାଲା ପଡ଼ିଛି ଏବଂ ଖାଲି ଅଛି। ସେ ଦୁଃଖରେ ଭାଙ୍ଗି ପଡ଼ିଲେ।
ଏହି ପ୍ରେମ କାହାଣୀ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଜଣେ ପାକିସ୍ତାନୀ କର୍ମୀ ଏବଂ YouTuber ଜାଫର ଆବାସ ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ କାହାଣୀ ସେୟାର କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସିନ୍ଧ ରାଜ୍ୟପାଳ କାମରାନ ଖାନ ଟେସୋରି ରବିନସନଙ୍କ ମିଆଦ ଶେଷ ହୋଇଥିବା ଭିସାକୁ ବୃଦ୍ଧି କରିବା ଏବଂ ତାଙ୍କୁ ଘରକୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ।
କିନ୍ତୁ ଏହା ପରେ କଥାଟି ଆହୁରି ଅଜବ ହୋଇଗଲା। ପ୍ରକୃତରେ, ରାଜ୍ୟପାଳ ଟେସୋରିଙ୍କ ସାହାଯ୍ୟ ସତ୍ତ୍ୱେ, ଓନିଜା ରବିନସନ୍ ମେମନଙ୍କ ଘରୁ ବାହାରିବାକୁ ମନା କରିଦେଇଥିଲେ ଏବଂ ଏକ ଅଜବ ଦାବି ମଧ୍ୟ କରିଥିଲେ। ନିଦାଲଙ୍କ ଘର ବାହାରେ କ୍ୟାମ୍ପ କରୁଥିବା ଓନିଜା ପ୍ରତି ସପ୍ତାହରେ ମେମନଙ୍କଠାରୁ $୩୦୦୦ (ପ୍ରାୟ ୯୦୦୦୦୦ ଲକ୍ଷ ପାକିସ୍ତାନୀ ଟଙ୍କା) ଏବଂ ପାକିସ୍ତାନୀ ନାଗରିକତା ଦାବି କରିଥିଲେ।
ମହିଳାଙ୍କ ପୁଅ ଏକ ଅଜବ କଥା କହିଲେ
ପାକିସ୍ତାନର ରିପୋର୍ଟ ଅନୁସାରେ, ମହିଳାଙ୍କ ପୁଅ ଜେରେମିଆ ଆଣ୍ଡ୍ରୁ ରବିନସନ୍ ଦାବି କରିଥିଲେ ଯେ, ତାଙ୍କ ମାଆ ଓନିଜା ରବିନସନ୍ ବାଇପୋଲାର ଡିସଅର୍ଡରର ମାନସିକ ରୋଗରେ ପୀଡିତ। ଯାହା ପରେ ତାଙ୍କୁ ମାନସିକ ପରୀକ୍ଷା ପାଇଁ କରାଚୀର ଜିନ୍ନା ପୋଷ୍ଟ ଗ୍ରାଜୁଏଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।