Breaking: ACରେ ଶୋଇବେ ଜନ୍ତୁ , ଫେବୃଆରୀ ମାସରୁ ଗରମ କଲାଣି ନାକେଦମ୍

ବାରଙ୍ଗ: ଫେବୃଆରୀ ମାସ ଆରମ୍ଭରୁ ତାପମାତ୍ରା ବଢ଼ିବା ପରେ ଏବେ ମାସ ସରିବାକୁ ବସିଥିବାବେଳେ ପାରଦ ମଧ୍ୟ ଉପରକୁ ବଢ଼ି ବଢ଼ି ଚାଲିଛି ।

ବର୍ତ୍ତମାନ ଠାରୁ ଅସହ୍ୟ ଗରମ ଯୋଗୁ ଜୀବନଯାପନ ଅତିଷ୍ଟ ହୋଇପଡ଼ିଛି । ବିନା ଫ୍ୟାନରେ କିମ୍ବା ଏସିରେ ରହିବା ଅସମ୍ଭବ ଲାଗୁଛି ।

ମଣିଷ କଲବଲ ହେଉଥିବାବେଳେ ଏଥିରୁ ପଶୁ ବା ବାଦ୍ ପଡ଼ିବେ କିପରି । କନ୍ଦନକାକନନରେ ଜନ୍ତୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଚିଡ଼ିଆଖାନାରେ ଏସି ଲଗାଯାଇଛି । ବାଘ, ଭାଲୁ ଗରମରୁ ରକ୍ଷା ପାଇବା ପାଇଁ ଛାଇକୁ ପଳାଉଛନ୍ତିତ ଆଉ କିଏ ପାଣିରେ ପଶି ରହୁଛି । ହେଲେ ଭିତରେ ରହୁଥିବା ଜନ୍ତୁଙ୍କ ପାଇଁ ଏସି ଲଗାଯାଇଛି ।

ଏହାଛଡ଼ା ପଶୁଙ୍କୁ ଗରମରୁ ବଞ୍ଚାଇବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।