fbpx

OPSC ସୂଚନା: ଅଗଷ୍ଟ ୧୮ରୁ ଆରମ୍ଭ ହେବ ACF, ଫରେଷ୍ଟ ରେଞ୍ଜର ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ମାସ ୧୮ ତାରିଖରୁ ସହକାରୀ ବନ ସଂରକ୍ଷକ (ଏସିଏଫ) (ଗ୍ରୁପ-ଏ) (ଜେବି) ଓ ଫରେଷ୍ଟ ରେଞ୍ଜର (ଗ୍ରୁପ-ବି) ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଅଗଷ୍ଟ ୨୬ ତାରିଖ ତାରିଖକୁ ଛାଡ଼ି ଅଗଷ୍ଟ ୨୮ ତାରିଖ ପର୍ୟ୍ୟନ୍ତ ଏହି ପରୀକ୍ଷା ଚାଲିବ । ରାଜ୍ୟର ୫ଟି ଜୋନ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଏହି ପରୀକ୍ଷା ଆୟୋଜିତ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୯ରୁ ୧୨ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦ୍ୱିପ୍ରହର ୨ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କେଉଁ ଦିନ କେଉଁ ପରୀକ୍ଷା କରାଯିବ ତା’ର ସମ୍ପୂର୍ଣ୍ଣ ସୂଚୀ ଓପିଏସସି ୱେବସାଇଟରେ ଜାରି କରାଯାଇଛି । ପ୍ରାର୍ଥୀମାନେ ତାହାକୁ ଚେକ୍ କରିପାରିବେ । ସୂଚନାଯୋଗ୍ୟ ଯେ, ଏସିଏଫ୍ ଓ ପରେଷ୍ଟ ରେଞ୍ଜର ଲିଖିତ ପରୀକ୍ଷା ଜୁନ ୨୫ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଗତମାସରେ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏବେ ପୁଣି ଥରେ ଲିଖିତ ପରୀକ୍ଷା ପାଇଁ ଶିଡ୍ୟୁଲ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.