fbpx

୯ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ସସପେଣ୍ଡ, ୨ ଜଣଙ୍କ ପେନସନ ବନ୍ଦ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗ କାରଣରୁ ଏହି ଅଧିକାରୀଙ୍କ ଉପରେ ଶକ୍ତ ପ୍ରହାର କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ସସପେଣ୍ଡ, ୨ ଜଣଙ୍କ ପେନସନ ବନ୍ଦ କରାଯାଇଛି । ଅଧିକାରୀଙ୍କ ମଧ୍ୟରେ ୬ ଜଣ ଇଞ୍ଜିନିୟର, ଜଣେ ଓଏଏସ ଅଫିସର, ଜଣେ ସିଡିଭିଓ ଓ ଜଣେ ସାମାଜିକ ଶିକ୍ଷା ସଂଗଠକ ରହିଛନ୍ତି ।

ତେବେ ଆଜିର ୯ ଜଣଙ୍କୁ ମିଶାଇ ରାଜ୍ୟ ସରକାର ୧୭୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଲେଣି । ଦୁର୍ନୀତିରେ ଲିପ୍ତ ଥିବା ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଶାସନ ପ୍ରଦାନ ଦେଇ ମୁଖ୍ୟମନ୍ତ୍ରୀ ସର୍ବଦା ନୈତିକତା ଓ ସାଧୂତା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି ।

ପୂର୍ବରୁ ୧୬୪ ଜଣ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ଆଜି ୯ ଜଣଙ୍କୁ ମିଶାଇ ଏହି ସଂଖ୍ୟା ୧୭୩ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଫଳରେ ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତି ଲୋପ ପାଇବ ବୋଲି ଆଶା ପ୍ରକାଶ କରାଯାଉଛି । ଫଳରେ ଜନସାଧାରଣ ସୁଶାସନ ପାଇପାରିବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.