ଏଣିକି ମହାପ୍ରସାଦ ନାଁରେ ଖଜା ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା
ଖଜାକୁ ମହାପ୍ରସାଦ କହି ବିକୁଥିବା ବ୍ୟବସାୟୀଙ୍କୁ ମିଳିବ ଦଣ୍ଡ
ପୁରୀ: ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକ୍ରି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଭୁଲ୍, ଏଥିରୁ ବିରତ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଶ୍ରୀମନ୍ଦିର ବାହାରେ ବିକ୍ରିକରୁଥିବା ଖଜାକୁ ବ୍ୟବସାୟୀମାନେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ମହାପ୍ରସାଦ କହି ବିକ୍ରି କରୁଛନ୍ତି। କିନ୍ତୁ ଆଜିଠାରୁ ଏହା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହାକୁ ବ୍ୟବସାୟୀ ଅମାନ୍ୟ କରନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଜାରି କରିଛନ୍ତି। ମହାପ୍ରଭୁଙ୍କ ମହାପ୍ରସାଦ ଏବଂ ଖଜା ସଂପୂର୍ଣ୍ଣ ଭାବେ ଭିନ୍ନ, ହେଲେ ଖଜାକୁ ମହାପ୍ରସାଦ କହି ବିକ୍ରି କରୁଥିବା ଲୋକଙ୍କୁ ବିରତ ରହିବାକୁ ବର୍ତ୍ତମାନ ପରାମର୍ଶ ଦିଆଯାଇଛି।