fbpx

କରୋନାରେ ଅଭିନେତା ବିକ୍ରମଜିତ କନୱାରପାଲଙ୍କ ପରଲୋକ

ନୂଆଦିଲ୍ଲୀ, ୧ା୫: ପୁଣି କରୋନାରେ ଆଉ ଜଣେ ଅଭିନେତାଙ୍କ ମୃତ୍ୟୁ ଘଟିଛି । ଆଜି ବିଶିଷ୍ଟ ଅଭିନେତା ବିକ୍ରମଜିତ କନୱାରପାଲଙ୍କ ୫୨ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ଅନେକ ଫିଲ୍ମ, ଟିଭି ଶୋ ଓ ୱେବ୍ ସିରିଜରେ କାର୍ଯ୍ୟ କରିଥିଲେ । ବିକ୍ରମଙ୍କର ମୃତ୍ୟୁ ନେଇ ଫିଲ୍ମ ନିର୍ମାତା ଅଶୋକି ପଣ୍ଡିତ ଟ୍ୱିଟରେ ନିଜର ଶୋକ ବ୍ୟକ୍ତ କରିଛନ୍ତି । ବିକ୍ରମ ଅନେକ ଫିଲ୍ମ ଓ ଟିଭି ସିରିଏଲରେ କାର୍ଯ୍ୟ କରି ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି । ସେନାରୁ ଅବସର ଗ୍ରହଣ କରିବା ପରେ ଗତ ୨୦୦୩ ମସିହାରେ ବିକ୍ରମ ଅଭିନୟ ଜଗତରେ ପାଦ ଦେଇଥିଲେ । ‘ପେଜ ୩’, ‘ରକେଟ ସିଂ: ସେଲସ୍ ମ୍ୟାନ୍ ଅଫ ଦି ଇଅର’, ‘ଆରକ୍ଷଣ’, ‘ମର୍ଡର ୨’, ‘୨ ଷ୍ଟେଟସ’, ‘ଦି ଘାଜି ଆଟାକ୍’ ଭଳି ବହୁ ଫିଲ୍ମରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ । ଶେଷଥର ପାଇଁ ସେ ହଟଷ୍ଟାରର ୱେବ ସିରିଜରେ କାର୍ଯ୍ୟ କରିଥିଲେ । ସୂଚନାଯୋଗ୍ୟ ଯେ, କରୋନାରେ ପୂର୍ବରୁ ଦେଶର ଅନେକ ଅଭିନେତା, କ୍ରୀଡ଼ାବିତ, ସାମ୍ବାଦିକ, ରାଜନେତାଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.