fbpx

Big Breaking:ସମ୍ବଲପୁରରେ ପୁଣି ୮ଜଣ ଓକିଲ ଗିରଫ

ସମ୍ବଲପୁର:ସମ୍ବଲପୁରରେ ଆନ୍ଦୋଳନ ବେଳେ ଜିଲ୍ଲା ଜଜଙ୍କ ଚାମ୍ବରରେ ଭଙ୍ଗାରୁଜା ମାମଲାରେ ପୁଣି ୮ଜଣ ଓକିଲଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଓକିଲ ସଭାପତି ସୁରେଶ୍ୱର ମିଶ୍ରଙ୍କ ସମେତ ୮ଜଣଙ୍କୁ ଗିରଫ କରାଇଛି । ପୂର୍ବରୁ ୧୫ଜଣ ଆଇନଜୀବୀ ଗିରଫ ହୋଇଥିଲେ ଏବେ ପୁଣି ୮ଜଣ ଓକିଲ ଗିରଫ ହୋଇଛନ୍ତି ।

ସୂଚନାମୁତାବକ ଏହି ମାମଲାରେ ପୂର୍ବରୁ ଆଇନଜୀବୀଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ । ସୂଚନାଯୋଗ୍ୟ, ଗତ ୭ ତାରିଖ ଠାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ସୋମବାର ଦିନ ଉଗ୍ରରୂପ ନେଇଥିଲା। ୧୪୪ ଧାରାକୁ ଭ୍ରୂକ୍ଷେପ ନକରି ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର ସଦସ୍ୟ ଏବଂ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି କଳାକାର, ଚାଷୀ, ଶ୍ରମିକ ଓ କିନ୍ନରମାନେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆହୂତ ସତ୍ୟାଗ୍ରହରେ ସାମିଲ୍‌ ହୋଇଥିଲେ। ଏହିସମୟରେ ପୁଲିସ ସହିତ ଆନ୍ଦୋଳନକାରୀଙ୍କ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଉତ୍ତ୍ୟକ୍ତ ଜନତା ଗେଟ୍ ଭାଙ୍ଗି କୋର୍ଟ ଭିତରକୁ ଧସେଇ ପଶିବା ସହିତ କାର୍ଯ୍ୟରତ ଜିଲ୍ଲାଜଜ୍‌ଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ସେଠାରୁ ବାହାର କରିଦେବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଏପରିକି, କୋର୍ଟ ଭିତରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା।

ଏହି ଘଟଣାରେ ୨୯ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଥିଲା ବାର୍ କାଉନସିଲ ଅଫ୍ ଇଣ୍ଡିଆ । ଅନ୍ୟପଟେ ଗିରଫଦାରୀ ସଂଖ୍ୟା ଆଗକୁ ବଢ଼ିବ ବୋଲି ଏସପି ବି.ଗଙ୍ଗାଧର କହିଥିଲେ । ଏସପିଙ୍କ କହିବା ମୁତାବକ, କୋର୍ଟରେ ଭଙ୍ଗାରୁଜା ଘଟଣାରେ ଏବେ ପୁଣି ଗିରଫ କରାଯାଇଛି ।

Get real time updates directly on you device, subscribe now.