fbpx

କ୍ରୁରତାର ଚରମସୀମା ଡେଇଁଲା ତାଲିବାନି: ବାପାଙ୍କ ଭୁଲ ପାଇଁ ନୀରିହ ଶିଶୁକୁ ଦେଲେ ଏପରି ଦଣ୍ଡ

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ନୀରିହ ନାଗରିକଙ୍କ ଉପରେ ତାଲିବାନି ମାନେ ଅତ୍ୟାଚାର କରିବାରେ ଲାଗିଛନ୍ତି । ତେଣୁ ଦେଶର ସ୍ଥିତି ଏବେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସେଠାରେ ବର୍ତ୍ତମାନ ଆତଙ୍କ ଓ କ୍ରୁରତା ଚରମ ସୀମାରେ ପହଞ୍ଚି ଯାଇଛି । ଖୋଲାଖୋଲି ବିଚ୍ ରାସ୍ତାରେ ଲୋକମାନଙ୍କର ହତ୍ୟା କରାଯାଉଛି । ଅନେକ ପ୍ରକାରର ଅତ୍ୟାଚାର ସହିବାକୁ ପଡ଼ୁଛି ଆଫଗାନ ନାଗରିକଙ୍କୁ । ତେବେ ଏହାରି ଭିତରେ ଏକ ଅମାନବୀୟ କାଣ୍ଡ ସାମନାକୁ ଆସିଛି ।

ତାଲିବାନି ମାନେ ଏକ ନୀରିହ ଶିଶୁକୁ ଖୁବ୍ କଷ୍ଟ ଦେଇ ହତ୍ୟା କରିଛନ୍ତି । ପଞ୍ଜଶୀରର ଜଣେ ପର୍ଯ୍ୟବେକ୍ଷକ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତାଲିବାନିଙ୍କୁ ସନ୍ଦେହ ଥିଲା ଯେ, ଉକ୍ତ ଶିଶୁର ବାପା ଜଣେ ତାଲିବାନି ବିରୋଧୀ ମୋର୍ଚ୍ଚା ସହିତ ଜଡ଼ିତ ଅଚନ୍ତି । ଆଉ ଏହି ସନ୍ଦେହ ରେ ଶିଶୁକୁ ହତ୍ୟା କରିଛନ୍ତି କ୍ରୁର ତାଲିବାନି ମାନେ ।

ମିଡିଆ ରିପୋର୍ଟସ୍ ମୁତାବକ, ତାଲିବାନି ସେନା ମାନେ ସାଧାରଣ ନାଗରିକଙ୍କ ଉପରେ ବିନା କାରଣରେ ଗୁଳି ମାରୁଛନ୍ତି । ସେମାନେ ବିଚ୍ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ରୋକି ବିଗତ ସମୟରେ ଥିବା ସରକାରଙ୍କ ସମ୍ପର୍କରେ ପଚରଉଚରା କରୁଛନ୍ତି । ଲୋକମାନଙ୍କୁ ମୋବାଇଲ ସେମାନଙ୍କ ଠାରୁ ଛଡ଼ାଇ ଆଣୁଛନ୍ତି ଓ କଲ୍ ଡିଟେଲ୍ସ ଚେକ୍ କରୁଛନ୍ତି । ଆଉ ଏହା ଭିତରେ ଯାହା ଉପରେ ସନ୍ଦେହ ହେଉଛି ତାକୁ ସେଠାରେ ହିଁ ଗୁଳି ମାରି ଦେଉଛନ୍ତି ।

 

Get real time updates directly on you device, subscribe now.