fbpx

ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ବିଜ୍ଞପ୍ତି ପ୍ରକାଶ: ଅନେକ ପଦରେ ଦିଆଯିବ ନିଯୁକ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟ ସରକାରଙ୍କ ପକ୍ଷରୁ କିରାଣୀ, ଅମିନ, ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ଆଦି ପଦ ପୂରଣ ହେବ । ନିକଟରେ ବରଗଡ଼, ମୟୁରଭଞ୍ଜ, କଟକ ଓ ରାୟଗଡ଼ା ଜିଲ୍ଲାରେ ନିଯୁକ୍ତି ସୁଯୋଗ ଆସିଥିବା ବେଳେ ପୁଣି ପ୍ରକାଶ ପାଇଛି ବିଜ୍ଞପ୍ତି । ପୁଣି କିଛି ଜିଲ୍ଲାରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କଗୁଡ଼ିକୁ ଚେକ୍ କରି ଆଶାୟୀମାନେ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ପୁରୀ ଜିଲ୍ଲା ଜଜ୍ କାର୍ଯ୍ୟାଳୟରେ ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଜୁନିୟର ଟାଇପିଷ୍ଟ, ଷ୍ଟେନେଗ୍ରାଫର ଗ୍ରେଡ-୩, ସାଲାରାଏଡ୍ ଅମିନ ପଦ ପୂରଣ ହେବ । ଜୁନ ୨୦ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଆବେଦନ ଫିସ୍ ଦେବାକୁ ପଡ଼ିବ ନାହିଁ । ସେହିପରି କନ୍ଧମାଳ ଜିଲ୍ଲା ଜଜ୍ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ନିଯୁକ୍ତ ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଜୁନିୟର ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ଗ୍ରେଡ-୩ ପଦରେ ନିଯୁକ୍ତି ଦିଆଯିବ । ଜୁନ୍ ୨୧ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଆବେଦନ ଫିସ୍ ଦେବାକୁ ପଡ଼ିବ ନାହିଁ । ସେହିପରି ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ଜଜ୍ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୁରୀ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec033cfbdf468f0a03187f6cee51a25e/uploads/2024/05/2024051710-1.pdf

କନ୍ଧମାଳ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec032be9bd7a3434f7038ca27d1918de/uploads/2024/05/2024052210.pdf

ବଲାଙ୍ଗିର ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec03bdd8817990ef209f0fb6b049f2d2/uploads/2024/05/2024052376.pdf

ସମ୍ବଲପୁର ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec033ce6d3c8830d27ec2e6a1936ecba/uploads/2024/05/2024052289.pdf

Get real time updates directly on you device, subscribe now.