fbpx

କେନ୍ଦ୍ର ସରକାର ପୁଣି ଦେଲେ ବଡ଼ ଉପହାର: ପୁଣି ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ସରକାର ଦେଇଛନ୍ତି ଏକ ବଡ଼ ଉପହାର । ପୁଣି ଥରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ପାଇଛି । ସପ୍ତମ ବେତନ କମିଶନ ଅଧିନରେ ଆସୁଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗତ ଅକ୍ଟୋବର ମାସରେ ଡିଏ ବୃଦ୍ଧି କରାଯାଇଥିଲା । କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଫଳରେ କର୍ମଚାରୀଙ୍କ ମୋଟ ଡିଏ ୪୨ରୁ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚି ଯାଇଥିଲା । ଗତ ଜୁଲାଇ ମାସ ପହିଲା ଠାରୁ ତାହା ଲାଗୁ ହୋଇଥିଲା ।

ତେବେ ଏହା ମଧ୍ୟରେ ପୁଣି ଥରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦୁଇଟି କ୍ୟାଟେଗୋରୀର କର୍ମଚାରୀଙ୍କର ଡିଏ ବୃଦ୍ଧି ହୋଇଛି । ଷଷ୍ଠ ବେତନ କମିଶନ ଅଧିନରେ ଆସୁଥିବା କେନ୍ଦ୍ରୀୟ ସାର୍ବଜନିକ କ୍ଷେତ୍ର ଉଦ୍ୟୋଗ (ସିବିଏସଇ)ର କର୍ମଚାରୀଙ୍କ ପାଇଁ ଡିଏ ୯ ପ୍ରତିଶତ ବୃଦ୍ଧି ହୋଇଛି । ଫଳରେ କର୍ମଚାରୀଙ୍କ ମୋଟ ଡିଏ ୨୨୧ ପ୍ରତିଶତରୁ ୨୩୦ରେ ପହଞ୍ଚି ଯାଇଛି । ସେହିପରି ପଞ୍ଚମ ବେତନ କମିଶନ ଅଧିନରେ ଆସୁଥିବା କର୍ମଚାରୀଙ୍କ ଡିଏ ବୃଦ୍ଧି ହୋଇଛି ।

କର୍ମଚାରୀଙ୍କ ଡିଏ ବୃଦ୍ଧି ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସାର୍ବଜନିନ ଉଦ୍ୟୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି । ୫ମ ଓ ୬ଷ୍ଠ ବେତନ କମିଶନ ଅଧିନରେ ଆସୁଥିବା କର୍ମଚାରୀମାନେ ଏହାର ଫାଇଦା ଉଠାଇ ପାରିବେ । ଯେଉଁ କର୍ମଚାରୀମାନଙ୍କ ମୂଳ ବେତନ ସହିତ ୫୦ ପ୍ରତିଶତ ଡିଏ ମିଶିବା ନେଇ ଅନୁମତି ମିଳିନଥାଏ ସେମାନଙ୍କର ଡିଏ ୪୬୨ ପ୍ରତିଶତରୁ ବଢ଼ାଯାଇ ୪୭୭ ପ୍ରତିଶତ କରାଯାଇ ପାରିବ । ସେହିପରି ଯେଉଁ କର୍ମଚାରୀମାନଙ୍କୁ ମୂଳ ବେତନ ସହିତ ୫୦ ପ୍ରତିଶତ ଡିଏ ମିଶିବା ନେଇ ଅନୁମତି ମିଳିଥାଏ ସେମାନଙ୍କର ଡିଏ ୪୧୨ ପ୍ରତିଶତରୁ ବଢ଼ାଯାଇ ୪୨୭ ପ୍ରତିଶତ କରାଯାଇ ପାରିବ । ଏପରି ଭାବେ କର୍ମଚାରୀଙ୍କର ଡିଏ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.