fbpx

ନାଇଜେରିଆରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , ୨୬ ସୈନିକ ପ୍ରାଣ ହରାଇଛନ୍ତି, ୮ ଗୁରୁତର

ନୂଆଦିଲ୍ଲୀ: ସୋମବାର (ଅଗଷ୍ଟ ୧୪) ନାଇଜେରିଆରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି । ଏଏଫପି ଏହାର ଦୁଇଟି ସାମରିକ ଉତ୍ସକୁ ଖବର ସଂଗ୍ରହ କରି ଏହା ନିଶ୍ଚିତ କରିଛି ।

ଏଏଫପି ରିପୋର୍ଟ ଅନୁଯାୟୀ, ବାୟୁସେନା ମୁଖପାତ୍ର କହିଛନ୍ତି ଯେ ସୋମବାର ଦିନ ଜଙ୍ଗରୁରୁ ଉଡ଼ାଣ ଭରିଥିବା Mi-171 ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାର ଶିକାର ହୋଇଥିବା ହେଲିକପ୍ଟରଟି ଡକାୟତମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଆହତମାନଙ୍କୁ ଉଦ୍ଧାର କରୁଥିଲା । ଏହା ସହିତ ସେନା ମୁଖପାତ୍ର ଦାବି କରିଛନ୍ତି ଯେ, ଡକାୟତମାନଙ୍କ ଦ୍ୱାରା ଗୁଳି ବିନିମୟ ହେତୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏପର୍ଯ୍ୟନ୍ତ ଏହାର କୌଣସି ଅଫିସିଆଲ୍ ପୃଷ୍ଟି ହୋଇନାହିଁ ।

୨୬ ସୁରକ୍ଷା ବାହିନୀ ନିହତ :-
ରିପୋର୍ଟରେ ଦୁଇଜଣ ସେନା ଅଧିକାରୀଙ୍କ ଉଦେ୍ଧଶ୍ୟରେ କୁହାଯାଇଛି ଯେ, ବିମାନ ଦୁର୍ଘଟଣାରେ ୩ ଅଧିକାରୀ ସହିତ ୨୩ ସୈନିକ ଏବଂ ୩ ଜେଟିଏଫ୍ (ମିଳିତ ଟାସ୍କ ଫୋର୍ସ) କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଠ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ, କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏଭଳି ପରିସ୍ଥିତିରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ।

Get real time updates directly on you device, subscribe now.