(Video) ଇଏ କ’ଣ ପାଗଳ.. ଏୟାରପୋର୍ଟରେ ଐଶ୍ୱର୍ଯ୍ୟା ରାୟଙ୍କ ଝିଅଙ୍କର ଏଭଳି ବ୍ୟବହାର ଦେଖି, ପ୍ରଶ୍ନ କଲେ ଲୋକେ!
ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟାଙ୍କର ଅଜବ ବ୍ୟବହାର ଦେଖି, ଲୋକେ କରୁଛନ୍ତି ପ୍ରଶ୍ନ, ସୋସିଆଲ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ: ଏୟାରପୋର୍ଟରେ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ଲାଡଲୀ ଆରାଧ୍ୟାଙ୍କୁ ଦେଖିବାକୁ ମିଳିଛି। କୁହାଯାଉଛି ଯେ, ପୂରା ପରିବାର ନୂଆ ବର୍ଷର ଉତ୍ସବ ପାଳନ କରିବା ପାଇଁ ବାହାରକୁ ଯାଇ ଫେରୁଥିଲେ।
ସେମାନଙ୍କର ଭିଡିଓ ଏବଂ ଫଟୋ ଖୁବ ଜୋରରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଷ୍ଟାର ଦମ୍ପତ୍ତିଙ୍କ ଛାଡ଼ପତ୍ରକୁ ନେଇ ବିଗତ ଦିନଗୁଡ଼ିକରେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଆରାଧ୍ୟାଙ୍କୁ ନେଇ ଟ୍ରୋଲ କରୁଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରଶ୍ନ କରୁଛନ୍ତି।
View this post on Instagram
ନିଜ ଅଭିଭାବକ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସହ ନୂଆ ବର୍ଷର ଉତ୍ସବ ମନାଇ ଫେରିଥିବା ଆରାଧ୍ୟା ବଚ୍ଚନଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଏହି ଭିଡିଓ ଆରାଧ୍ୟା ଐଶ୍ୱର୍ଯ୍ୟାଙ୍କ ସହ ଚାଲୁଛନ୍ତି। ହେଲେ ଅଚାନକ ସେ ଉତ୍ସାହିତ ହୋଇପଡୁଛନ୍ତି। ଏହି ସମୟରେ ଆରାଧ୍ୟାଙ୍କୁ ଦେଖି ଐଶ୍ୱର୍ଯ୍ୟା ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି। ସେ ଆରାଧ୍ୟାଙ୍କୁ ପଚାରୁଛନ୍ତି ଯେ, କିଏ ତୁମକୁ ଧକ୍କା ଦେଲାନି ତ। ଅଭିଶେକ ବଚ୍ଚନ କାରର ଗେଟ ଖୋଲି ପ୍ରଥମେ ଆରାଧ୍ୟା ଏବଂ ପରେ ଐଶ୍ୱର୍ଯ୍ୟାଙ୍କୁ ଭିତରେ ବସାଉଚନ୍ତି ଏବଂ ପରେ ନିଜେ କାର ଖୋଲି ବସି ସେଠାରୁ ପଳାଉଛନ୍ତି।
ଆରାଧ୍ୟାଙ୍କ ଭାଇରାଲ ଭିଡିଓରେ ଆସୁଥିବା କମେଣ୍ଟ: ଆରାଧ୍ୟାଙ୍କ ଭାଇରାଲ ଭିଡିଓ ଦେଖିବା ପରେ ଇଣ୍ଟରନେଟ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରୁଛି। ଜଣେ ଇଣ୍ଟରନେଟ ୟୁଜର ଲେଖିଛନ୍ତି ଯେ, ‘ଐଶ୍ୱର୍ଯ୍ୟାଙ୍କ ଝିଅ ପାଗଳ କି?’ ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି ଯେ, ‘ଛୋଟି ବଚ୍ଚି ହୋ କ୍ୟା?’ ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ନିଜ ନିଜକୁ କ୍ୟୁଟ୍ ଦେଖାଇବା ଲାଗି ପ୍ରୟାସ କରୁଛି। ଅନ୍ୟ ଜଣେ ଲେଖିଛନ୍ତି ଯେ, ‘ତାଙ୍କ ଝିଅ ନର୍ମାଲ ନୁହେଁ।’