fbpx

ମେ’ ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ

ନୂଆ ଦିଲ୍ଲୀ, ୩୦/୦୪: କରୋନା ଭାଇରସର ବଢୁଥିବା ମାମଲାକୁ ଦେଖି ଡିଜିସିଏ ଅନ୍ତରାଷ୍ଟ୍ରୀୟ ଉଡାଣକୁ ମେ’ ୩୧ ପର୍ଯ୍ୟନ୍ତ ସ୍ଥଗିତ ନିର୍ଦ୍ଧେଶକୁ ବଢାଇଛି । ଏହି ଆଦେଶ କାର୍ଗୋ ବିମାନ ଉଡାଣ ଉପରେ ଲାଗୁ ହେବ ନାହିଁ । ହେଲେ ଯଦି ଦରକାର ହୁଏ ଅଧିକାରୀଙ୍କ ମଞ୍ଜୁରୀ କ୍ରମେ ଅନ୍ତରାଷ୍ଟ୍ରୀୟ ଉଡାଣ କରାଯାଇପାରେ ।

୩୧ ମେ ୨୦୨୧ ରାତି ୧୧.୫୯ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ସେବା ବନ୍ଦ ରହିବା ନେଇ ନାଗରିକ ଉଡାଣ ମହାନିର୍ଦ୍ଦେଶାଳୟ ଆଦେଶ ଜାରି କରିଛି  । ଯଦି ଦରକାର ହୁଏ ତେବେ କେବଳ ନିର୍ଦ୍ଧିଷ୍ଟ ମାର୍ଗରେ ଉଡାଣ ପାଇଁ ଅଧିକାରୀଙ୍କ ଅନୁମତିରେ ଉଡାଣ ହୋଇପାରିବ ।

୨୬ ଜୁନ ୨୦୨୦ ରେ ଭାରତ ସରକାର କୋଭିଡ ୧୯ ମହାମାରୀକୁ ଦୃଷ୍ଟିରେ ରଖି ଲକଡାଉନ ସମୟରେ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧ ଲଗାଇଥିଲେ । ଏହା ପରେ ଡିଜିସିଏ ତରଫରୁ ସମୟ ବ୍ୟବଧାନରେ ଗାଇଡ ଲାଇନ ଜାରି କରାଯାଇଥିଲା ।

ଏହାପରେ ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସର୍ବନିମ୍ନ ୧୦ ପ୍ରତିଶତ ଏବଂ ସର୍ବାଧିକ ୩୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ବିମାନ ଉଡାଣ ପାଇଁ ନିୟମ ରହିଥିଲା ।

Get real time updates directly on you device, subscribe now.