fbpx

ଭାରତ ଆସିବା ପୂର୍ବରୁ ଆମେରିକାର ପ୍ରଥମ ଲେଡିଙ୍କୁ ହେଲା କରୋନା: ବାଇଡେନଙ୍କର ମଧ୍ୟ ହେଲା ଟେଷ୍ଟ

Advertisement

ନୂଆଦିଲ୍ଲୀ: ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ । କିନ୍ତୁ ତାଙ୍କ ଗସ୍ତ ପୂର୍ବରୁ ତାଙ୍କ ପତ୍ନୀ ଏବଂ ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ହ୍ୱାଇଠଟ୍ ହାଉସ୍ ଦ୍ୱାରା ମଙ୍ଗଳବାର ଦିନ ଏହି ସୂଚନା ଦିଆଯାଇଛି । ଏବେ ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ରହିଛି ।

ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଥମ ମହିଳା କରୋନା ପଜିଟିଭ ହେବା ପରେ ରାଷ୍ଟ୍ରପତି ବାଇଡେନଙ୍କର ମଧ୍ୟ ପରୀକ୍ଷା କରାଯାଇଛି । କିନ୍ତୁ ବାଇଡେନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହି ସପ୍ତାହରେ ରାଷ୍ଟ୍ରପତିଙ୍କର ଲଗାତାର ଭାବରେ କରୋନା ଟେଷ୍ଟ କରାଯିବ । ଭାରତ ଗସ୍ତରେ ଏହାର କୌଣସି ପ୍ରଭାବ ପଡ଼ିବ କି, ଯାହାର ଅପଡେଟ ଏପର୍ଯ୍ୟନ୍ତ ହ୍ୱାଇଟ୍ ହାଉସ୍ ପକ୍ଷରୁ ଦିଆଯାଇନାହିଁ ।

ଜି -୨୦ ଶିଖର ସମ୍ମିଳନୀର ମୁଖ୍ୟ ଶିଖର ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବରରେ ଭାରତରେ ଅନୁଷ୍ଠିତ ହେବ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପତ୍ନୀ ଏବଂ ଟିମ୍ ସହ ୮ ସେପ୍ଟେମ୍ବରରେ ଏଠାରେ ପହଞ୍ଚିବାର ଯୋଜନା ରହିଛି । ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ନୂଆଦିଲ୍ଲୀ ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏହି ସମୟରେ ଜିଲ ବାଇଡେନ କରୋନା ପଜିଟିଭ ହେବା ମଧ୍ୟ ଏହି ଯାତ୍ରାକୁ ବିପଦରେ ପକାଇପାରେ ।

Get real time updates directly on you device, subscribe now.