fbpx

ମହିଳାମାନଙ୍କ ଅନ୍ତବସ୍ତ୍ର ସମ୍ପର୍କରେ ଟ୍ୱିଟ୍ କରି ଫସିଲେ ଅମିତାଭ ବଚ୍ଚନ, ପ୍ରଶଂସକ କହିଲେ-‘ଆପଣଙ୍କଠୁ ଏହା ଆଶା କରିନଥିଲୁ’

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଥାନ୍ତି । ଦୈନିକ କିଛି ନା କିଛି କଥାକୁ ନେଇ ସେ ଟ୍ୱିଟ୍ କରିଥାନ୍ତି । ଯେଉଁଥିପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ସବୁବେଳେ ନିଜର ଟ୍ୱିଟ୍‌କୁ ନେଇ ଚର୍ଚ୍ଚା ସୃଷ୍ଟି କରୁଥିବା ବେଳେ ଅମିତାଭ କିନ୍ତୁ ଏଥର ନିଜର ଟ୍ୱିଟ୍ ପାଇଁ ଜୋରଦାର ସମାଲୋଚନାର ଶିକାର ହୋଇଛନ୍ତି । ଏବେ ଅମିତାଭଙ୍କର ଏକ ପୁରୁଣା ଟ୍ୱିଟ୍ ଭାଇରାଲ ହେଉଛି, ଯେଉଁଥିରେ ସେ ପିନ୍ଧା ଯାଉଥିବା ପୋଷାକ ବିଷୟରେ ପ୍ରଶ୍ନ କରିଥିଲେ । ଏହି ପୋଷ୍ଟରେ ଲୋକମାନେ ଅନେକ କମେଣ୍ଟ କରିବା ସହିତ କହିଛନ୍ତି ଯେ, ଅମିତାଭଙ୍କ ଠାରୁ ଏହି ଆଶା କରି ନଥିଲେ ।

ଭାଇରାଲ ହେଉଥିବା ଅମିତାଭଙ୍କର ଏହି ଟ୍ୱିଟ୍ ୨୦୧୦ର ଅଟେ । ଯେଉଁଥିରେ ଅମିତାଭ୍ ଟ୍ୱିଟ୍ କରି ପଚାରିଥିଲେ-ଇଂରାଜୀ ଭାଷାରେ ‘ବ୍ରା'(bra) ଏକବଚନ ଏବଂ ‘ପେଣ୍ଟି'(panties) ବହୁବଚନ କ’ଣ ପାଇଁ ? ଏବେ ଏହି ଟ୍ୱିଟ୍ ଭାଇରାଲ ହେବା ପରେ ଲୋକମାନେ ଅମିତାଭଙ୍କୁ ସମାଲୋଚନା କରୁଛନ୍ତି ।

ବିଗ୍ ବିଙ୍କର ଏହି ଟୁଇଟ୍‌କୁ ରିଟ୍ୱିଟ କରି ଜଣେ ଉପଭୋକ୍ତା ଲେଖିଛନ୍ତି – ‘ଶେଷରେ କେହି ଜଣେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରୁଛନ୍ତି ।’ ଅନ୍ୟପକ୍ଷରେ, ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି- ‘ଭଲ ପ୍ରଶ୍ନ ଶ୍ରୀ ବଚ୍ଚନ, କେବିସିର ପରବର୍ତ୍ତୀ ସିଜିନ୍‌ରେ ଏହାକୁ ପଚାରନ୍ତୁ ।’ ଏହାରି ମଧ୍ୟରେ ଜଣେ ୟୁଜର କହିଛନ୍ତି ଯେ, – ‘ଏହା ତୁମଠାରୁ ଆଶା କରାଯାଇନଥିଲା ।’

Get real time updates directly on you device, subscribe now.