fbpx

ଅନନ୍ତ-ରାଧିକାଙ୍କ ବିବାହ ପାଇଁ ମୁମ୍ବାଇରେ ଚାକରି କରୁଥିବା ଲୋକଙ୍କୁ ମିଳିଲା ଆଶ୍ୱସ୍ତି, ଏତିକି ଦିନ କରିବେ ୱାର୍କ ଫର୍ମ ହୋମ

ନୂଆଦିଲ୍ଲୀ: ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ବିବାହ ଦିନ ଆସିଯାଇଛି । ଆଜି ୧୨ ଜୁଲାଇରେ ବିକେସୀର ଜିଓ ୱାଲର୍ଡ କନଭେନସନ ସେଣ୍ଟରରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ଚେୟାରମ୍ୟାନଙ୍କ ଆୟୁଷ୍ମାନ ନିଜ ଫ୍ୟାନ୍ସଙ୍କ ସହ ଜନ୍ମ ଜନ୍ମାନ୍ତର ପାଇଁ ବିବାହ ବନ୍ଧନରରେ ବାନ୍ଧି ହୋଇଯିବେ । ମୁମ୍ବାଇର ବିଜି ଫାଇନାନସିଆଲ ଅଞ୍ଚଳ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ସ୍ଥିତ ଜିଓ ୱାଲର୍ଡ ସେଣ୍ଟରର ୧୨ ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟାନ ଲାଗୁ କରାଯାଇଛ. ଯାହାର ପ୍ରଭାବ ଅଫିସଗୁଡିକ ଉପରେ ଦେଖିବାକୁ ମିଳିଛି ।

ବିକେସୀ ମୁମ୍ବାଇର ସବୁଠାରୁ ପୋସ କର୍ମସିଆଲ ସ୍ପେସ ଅଟେ । ଏଥିସହ ଅଫିସ ଏରିଆ ମଧ୍ୟ ଅଟେ, ଭାରତର ମୁଖ୍ୟ ଷ୍ଟକ ଏକ୍ସଚେଞ୍ଜ, ବଜାର ନିୟାମକ ଏବଂ ଅନେକ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କ ରହିଛି । ଏହି ରାଜକୀୟ ବିବାହ ସମାରୋହରେ ମୁମ୍ବାଇରେ ବାସବାସ କରୁଥିବା ଲୋକେ ଏବଂ ଲୋକାଲ ଅଫିସ କର୍ମଚାରୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି । ଏଥିପାଇଁ ଅନେକ ଅଫିସ ନିଜ କର୍ମଚାରୀମାନଙ୍କୁ ୱାର୍କ ଫର୍ମ ହୋମ ଦେବା ବୋଲି ମନସ୍ତ କରିଛନ୍ତି । ତେବେ ଅନନ୍ତ ଅମ୍ବାନୀଙ୍କ ଏହି ବିବାହ ସମାରୋହର ଉତ୍ସବ ୧୪ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ତେବେ ଏହାକୁ ଦୃଷ୍ଟିରେ ରଖି ଅନେକ ଅଫିସ ନିଜ କର୍ମଚାରୀମାନଙ୍କୁ ୧୫ ଜୁଲାଇ ପର୍ଯ୍ୟନ୍ତ ଘରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.