fbpx

କୋଟିଆରେ ଆନ୍ଧ୍ରର ପୁଣି ଅନୁପ୍ରବେଶ, ମଉକା ଦେଖି ପଶି ଆସିଲା

ଓଡ଼ିଶା ଭାସ୍କର ବ୍ୟୁରୋ: କୋଟିଆ ଲୋଭ ଛାଡ଼ୁନି ଆନ୍ଧ୍ର । ପୁଣି କରିଛି ଅନୁପ୍ରବେଶ । କୋଟିଆରେ ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ପକାଇଛି ଆନ୍ଧ୍ର । ଓଡ଼ିଶାର ନେତା ଓ ଅଧିକାରୀ ସେଠାରୁ ଫେରି ଆସିବା ପରେ ଆନ୍ଧ୍ର ପ୍ରଦେଶ ଏଭଳି ଭିତ୍ତିପ୍ରସ୍ତର ପକାଇଛି ।

ସୂଚନା ଅନୁସାରେ ଗତ ଫାଟୁସିନେରୀ ଓ ଫଗୁଣ ସିନେରୀରେ ପଞ୍ଚାୟତ ଗୃହ, ଅଙ୍ଗନବାଡ଼ି କେନ୍ଦ୍ର, କୃଷି କେନ୍ଦ୍ର ଆଦି ପାଇଁ ଭିତ୍ତି ପକାଇଛି ଆନ୍ଧ୍ର । ତେବେ ଗତ ୧୬ ତାରିଖରେ ଏଭଳି ଯୋଜନା ଚଳାଇଥିଲା ଆନ୍ଧ୍ର । ଫାଟୁସିନେରୀଠାରେ ଆନ୍ଧ୍ରର ସାଲୁର ବିଧାୟକ ରାଜନ ଦୋରା ବିଧାୟକ ବିଭିନ୍ନ କାର୍ଯ୍ୟକ୍ରମ ଯୋଜନା କରିଥିଲେ । ତାଙ୍କ ସହ ପାର୍ବତୀପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓ ଅନ୍ୟ ଅଧିକାରୀ ଯୋଗ ଦେବାର ରହିଥିଲା । ତେବେ ଓଡ଼ିଶା ମାଟିରେ ଆନ୍ଧ୍ରର ଏପରି କାର୍ଯ୍ୟକ୍ରମକୁ ଜିଲ୍ଲାର ରାଜନୈତିକ ନେତୃବୃନ୍ଦ ତୀବ୍ର ବିରୋଧ କରିଥିଲେ । ଫଳରେ ଆନ୍ଧ୍ର ଅଧିକାରୀ କି ନେତା କେହି ଆସିନଥିଲେ ।

ଗତ ସୋମବାର ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଆନ୍ଧ୍ରପ୍ରଦେଶ ଆଡୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । ଏପରିକି ଫାଟୁସିନେରୀ ଓ ଆନ୍ଧ୍ରପ୍ରଦେଶର ନନ୍ଦା ଗ୍ରାମ ମଧ୍ୟରେ ଥିବା ରାସ୍ତାକୁ ଓଡ଼ିଶା ପୋଲିସ ଦ୍ୱାରା ବ୍ୟାରିକେଡ୍ ଯୋଗେ ଅବରୋଧ କରାଯାଇଥିଲା । ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ସମେତ ଜିଲ୍ଲାର ଅନନ୍ୟ ରାଜନୈତିକ ନେତୃବୃନ୍ଦ ଏବଂ ଆମ କୋଟିଆ ସଂଗଠନର ସଦସ୍ୟ ପ୍ରମୁଖ ବ୍ୟାରିକେଡ୍ ଦିଆଯାଇଥିବା ସ୍ଥାନରେ ପରିସ୍ଥିତି ତଦାରଖ କରିଥିଲେ । କୋଟିଆ ପଞ୍ଚାୟତର ୨୧ଟି ଗ୍ରାମ ଉପରେ ଅଧିକାରକୁ ନେଇ ଉଭୟ ରାଜ୍ୟ ଉଚ୍ଚତମ ନ୍ୟାୟାଳୟରେ ଅନେକ ଦିନ ଧରି ଆଇନଗତ ଲଢ଼େଇ ଜାରି ରଖିଥିବା ବେଳେ ଫାଟୁସିନେରୀକୁ ଆନ୍ଧ୍ର ସରକାର ପଞ୍ଚାୟତର ମାନ୍ୟତା ଦେଇ ବିଗତ ଦିନରେ ନିର୍ବାଚନ ମଧ୍ୟ କରାଇଥିଲେ ।

Get real time updates directly on you device, subscribe now.