ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି Android 16, ଏହି ସ୍ମାର୍ଟଫୋନକୁ ମିଳିବ ସର୍ବପ୍ରଥମେ ଅପଡେଟ
ଗୁଗଲ ଜୁନ ମାସରେ ଲଞ୍ଚ କରିବାକୁ ଯାଉଛି Android 16, ଏହି ସ୍ମାର୍ଟଫୋନରେ ମିଳିବ ଅପଡେଟ
ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ୍ ଫୋନ ବ୍ୟବହାରକାରୀ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି। ୟୁଜର୍ସଙ୍କ ପାଇଁ ଖୁବଶୀଘ୍ର ଏବେ Android 16 ଲଞ୍ଚ ହେବାକୁ ଯାଉଛି। ଟେକ ଜଏଣ୍ଟ ଗୁଗଲ ପକ୍ଷରୁ Android 16ର ଲଞ୍ଚିଙ୍ଗକୁ କନଫର୍ମ କରାଯାଇଛି। କମ୍ପାନୀ ଆସନ୍ତା ମାସ ତଥା ଜୁନରେ Android 16କୁ ଲଞ୍ଚ କରିବ।
Android Show ପରେ ଗୁଗଲ ପକ୍ଷରୁ ତାହା ଆଗାମୀ ମାସରେ Android 16କୁ ରୋଲଆଉଟ କରିବାକୁ ଯାଉଛି। ଏହା ପ୍ରଥମ ଥର ଯେବେ ଗୁଗଲ ପକ୍ଷରୁ କୋଣସି ଆଣ୍ଡ୍ରଏଡର ଷ୍ଟେବଲ ଭର୍ଜନକୁ ଖୁବଶୀଘ୍ର ଲଞ୍ଚ କରାଯାଉଛି।
Android 16 କୁ କମ୍ପାନୀ ସର୍ବପ୍ରଥମେ ଗୁଗଲ ପିକ୍ସେଲ ସ୍ମାର୍ଟଫୋନ ପାଇଁ ରୋଲଆଉଟ କରିବ। ଆସନ୍ତୁ ଜାଣିବା କେଉଁ ମୋବାଇଲଗୁଡିକୁ Android 16ର ସପୋର୍ଟ ମିଳିବ।
ଏହି ଫୋନକୁ ମିଳିବ Android 16ର ସପୋର୍ଟ:
- Pixel 6
- Pixel 6 Pro
- Pixel 6a
- Pixel 7
- Pixel 7 Pro
- Pixel 7a
- Pixel 8
- Pixel 8 Pro
- Pixel 8a
- Pixel Fold
- Pixel 9
- Pixel 9 Pro
- Pixel 9 Pro XL
- Pixel 9 Pro Fold
- Pixel 9a
ଗୁଗଲ ପିକ୍ସେଲ ସ୍ମାର୍ଟଫୋନ୍ସ ପରେ ସାମସଙ୍ଗର ଅନେକ ପ୍ରିମିୟମ ସିରିଜର ଫୋନ୍ସକୁ ମଧ୍ୟ ଆଣ୍ଡ୍ରଏଡ ୧୬ର ସପୋର୍ଟ ମିଳିବ। ସେହି ଫୋନ ଗୁଡ଼ିକ ହେଲା-Galaxy S25 Series (Galaxy S25, S25 Plus, S25 Ultra, S25 Edge), Galaxy Z Fold 6 ଏବଂ Galaxy Z Flip 6।
ସାମସଙ୍ଗ ଜୁଲାଇ ମାସରେ Galaxy Z Fold 7 ଏବଂ Z Flip 7 ଲଞ୍ଚ କରିବ। ଏହି ସ୍ମାର୍ଟଫୋନ୍ସକୁ ମଧ୍ୟ ..ର ସପୋର୍ଟ ମିଳିବ।