fbpx

ଅଞ୍ଜନାଙ୍କ ହାଇକୋର୍ଟଙ୍କ ପାଖକୁ ଚିଠି, କହିଲେ,”ମୋ ଆର୍ଥିକ ସ୍ଥିତି ଭଲ ନାହିଁ, ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ”

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ପୀଡିତା ଅଞ୍ଜନା ଆଜି ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗଣଦୁଷ୍କର୍ମ ଷଡଯନ୍ତ୍ରର ଅଧିକ ତଦନ୍ତ କରି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ତାର ପର୍ଦ୍ଦାଫାସ୍ କରାଯାଉ । ଏନେଇ ସେ ହାଇକୋର୍ଟ ବିଚାରପତିଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଧରା ପଡିଛି । ତେଣୁ ତାକୁ ଅଧିକ ପଚରାଉଚରା କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ । ତେବେ ତାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ହାଇକୋର୍ଟ ତାଙ୍କ ପାଇଁ ଏକ ଓକିଲ ନିଯୁକ୍ତ କରନ୍ତୁ । ଗତ ୨୨ ବର୍ଷ ହେଲା ନ୍ୟାୟ ପାଇଁ ଲଢ଼େଇ କରୁଥିବା ଅଞ୍ଜନା ମିଶ୍ର ଆଜି ହାଇକୋର୍ଟଙ୍କ ପାଖରେ ଏନେଇ ଅନୁରୋଧ କରିଛନ୍ତି ।

ସୁଚନାଯୋଗ୍ୟ, ଆଜିଠାରୁ ଗତ ୨୨ ବର୍ଷ ତଳେ ୧୯୯୯ ମସିହା ଜାନୁଆରୀ ୯ ତାରିଖରେ କଟକ-ବାରଙ୍ଗ ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଥିଲା । ରାତିରେ କଟକ-ବାରଙ୍ଗ ରାସ୍ତା ଦେଇ ଅଞ୍ଜନା ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅତି ନିର୍ଦ୍ଦୟ ଭାବରେ ଗଣଦୁଷ୍କର୍ମ କରିଥିଲେ । ସେମାନେ ହେଲେ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଏବଂ ଧିରେନ୍ଦ୍ର ମହାନ୍ତି । ଏହି ଘଟଣା ଘଟିବାର ୧୭ ଦିନ ରେ ଦୁଇଜଣଙ୍କୁ ଗିରଫ କରିବାରେ ପୋଲିସ୍ ସଫଳ ହୋଇଥିଲା । ସେମାନେ ହେଲେ ପ୍ରଦୀପ ସାହୁ ଏବଂ ଧିରେନ୍ଦ୍ର ମହାନ୍ତି । ମେ ୫, ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା । ୨୯ ଏପ୍ରିଲ, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ୨ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଥିଲେ । ଏହାପରେ ବିବନକୁ ଧରିବା ପାଇଁ ଚେଷ୍ଟା ଚଳାଇଥିଲା । ଏହି ଘଟଣାର ୨୨ ବର୍ଷରେ ବିବନକୁ ଧରିବାରେ ପୋଲିସ୍ ସଫଳ ହୋଇଥିଲା । ସେ ପୁନେରେ ନିଜର ନାଁ ବଦଳାଇ ବିବନ ରହୁଥିବା ବେଳେ ତାକୁ ଧରିବା ପାଇଁ ଟ୍ୱିନ୍ ସିଟି କମିଶନର, କଟକ ଡିସିପିଙ୍କୁ ନେଇ ୪ ଜଣିଆ ଟିମ୍ ଗଠନ ହୋଇଥିଲା ।

Get real time updates directly on you device, subscribe now.