fbpx

ଖୁବ୍‌ଶୀଘ୍ର ବିବାହ କରିବେ ଅଙ୍କିତା, ଖାଲି ତିଥି- ବାର- ଲଗ୍ନକୁ ଅପେକ୍ଷା

ମୁମ୍ବାଇ ୧୯/୦୫: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ପ୍ରେମିକ ବିକ୍କି ଜୈନଙ୍କ ସେ ହାତ ଧରିବେ । ଦୀର୍ଘ ୩ ବର୍ଷ ଧରି ଉଭୟ ଡେଟ୍‌ କରି ଆସୁଛନ୍ତି । ହେଲେ ଏବେ ଆଗକୁ ବଢ଼ିବାର ସମୟ ଉପନୀତ ବୋଲି ସେ ହୃଦୟଙ୍ଗମ କଲେଣି । ବାସ୍‌ ଖାଲି ତିଥି, ବାର, ଲଗ୍ନକୁ ଅପେକ୍ଷା । ସବୁକିଛି ଠିକ୍‌ ହୋଇଗଲେ ଖୁବ୍‌ଶୀଘ୍ର ବିବାହ ସମ୍ପନ୍ନ ହୋଇଯିବ ।

୨୦୧୬ ପୂର୍ବ ପ୍ରେମିକ ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କଠାରୁ ଅଲଗା ହୋଇଥିଲେ ଅଙ୍କିତା । ଏହାପରେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ ସେ । ସେତେବେଳେ ସାହାର ଦେଇଥିଲେ ବିକ୍କି । ଜଣେ ବନ୍ଧୁଙ୍କ ଯୋଗୁ ବିକ୍କିଙ୍କୁ ଭେଟିଥିଲେ ଅଙ୍କିତା । ପେସାରେ ବିକ୍କି ଜଣେ ବ୍ୟବସାୟୀ ଏବଂ ଫିଲ୍ମ ପ୍ରଯୋଜକ ମଧ୍ୟ । ଦୁହେଁ ଦୁହିଁଙ୍କୁ ଭେଟିବା ପରେ ବାରମ୍ବାର ଏକାଠି ସମୟ ବିତାଇଥିଲେ । ଧୀରେ ଧୀରେ ଏହା ପ୍ରେମର ରୂପ ନେଇଥିଲା । ନିକଟରେ ଏକ ସାକ୍ଷାତକାରରେ ବିକ୍କିଙ୍କ ସହ ବିବାହକୁ ନେଇ ଅଙ୍କିତା ଉତ୍ସାହିତ ଥିବା କହିଛନ୍ତି । ସେ ରାଜସ୍ଥାନରେ ଜୋଧପୁର ଅଥବା ଜୟପୁରରେ ବିବାହ କରିବାକୁ ଚାହାଁନ୍ତି ।

Get real time updates directly on you device, subscribe now.