ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା ଆପ୍, କହିଲା କାଲି କିଛି ଅଲଗା କହିଥିଲ, ଆଜି ହଜାର ହଜାର ଲୋକଙ୍କ ମୁଣ୍ଡରୁ ଛାତ ଉଡ଼ାଇ ନେଲ
ନୂଆଦିଲ୍ଲୀ,୧ା୬: ଦିଲ୍ଲୀରେ ବସ୍ତି ଭଙ୍ଗାକୁ ନେଇ ଆମ ଆଦ୍ମୀ ପାର୍ଟିର ରାଜ୍ୟ ସଭାପତି ସୌରଭ ଭରଦ୍ୱାଜ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଥିଲେ, କୌଣସି ବସ୍ତି ଭଙ୍ଗାଯିବ ନାହିଁ ଏବଂ ଆଜି ବୁଲଡୋଜର ଦ୍ୱାରା ବରପୁଲ୍ଲା ମାଦ୍ରାସୀ ଶିବିରକୁ ଭାଙ୍ଗି ଦିଆଯାଇଛି। ହଜାର ହଜାର ଲୋକ ନିଜ ଘର ହରାଇଛନ୍ତି।
ସୌରଭ ଭରଦ୍ୱାଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ମାଦ୍ରାସୀ ଶିବିର ଭଙ୍ଗାକୁ ନେଇ ସେ କହିଛନ୍ତି ଯେ, ଜାତୀୟ ରାଜଧାନୀରେ ବିଜେପି ତାମିଲନାଡୁର ଲୋକଙ୍କ ସହିତ କିପରି ବ୍ୟବହାର କରେ ତାହା ମୁଖ୍ୟମନ୍ତ୍ରୀ ଷ୍ଟାଲିନ ପ୍ରକାଶ କରିବା ଉଚିତ।
ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୌଣସି ବସ୍ତି ଭଙ୍ଗାଯିବ ନାହିଁ, ଆଜି ବୁଲଡୋଜର ଦ୍ୱାରା ବରପୁଲ୍ଲା ମାଦ୍ରାସୀ ଶିବିରକୁ ଭାଙ୍ଗି ଦିଆଯାଇଛି। ହଜାର ହଜାର ଲୋକ ନିଜ ଘର ହରାଇହରାଇ ଖୋଲା ଆକାଶ ତଳେ ପଡ଼ିଛନ୍ତି।
ମାଦ୍ରାସୀ ଶିବିରରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ଆମ ଆଦ୍ମୀ ପାର୍ଟି କର୍ମୀଙ୍କ ମଧ୍ୟରେ କ୍ରୋଧ ରହିଛି। ସେମାନେ କହିଛନ୍ତି, ବହୁ ବର୍ଷ ଧରି ମାଦ୍ରାସୀ ଶିବିରରେ ରହୁଥିବା ଲୋକଙ୍କ ଘର ଭାଙ୍ଗି ଦିଆଯାଇଛି। କେଜ୍ରିୱାଲଙ୍କ ସରକାରରେ ଯାହା ହୋଇନଥିଲା ତାହା ଏବେ ଦିଲ୍ଲୀର ଗୁପ୍ତାଙ୍କ ସରକାରରେ ଘଟୁଛି। ସୂଚନା ଅନୁଯାୟୀ, ୩୦୦ରୁ ଅଧିକ ବସ୍ତି ହଟାଯିବ।
ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦିଲ୍ଲୀର ଜଙ୍ଗପୁରାରେ ଅବସ୍ଥିତ ମାଦ୍ରାସୀ କ୍ୟାମ୍ପରେ ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ଦ୍ୱାରା ଏହି ଅଭିଯାନ ଚାଲିଛି। କୋର୍ଟ ଜୁନ ୧ରୁ ଜବରଦଖଲ ହଟାବାକୁ ନିର୍ଦ୍ଦେଶ ଦେଇଥିଲେ। କୁହାଯାଉଛି ଯେ, ବର୍ଷା ସମୟରେ ବାରାପୁଲା ଡ୍ରେନରେ ପାଣି ଜମିବା ସମସ୍ୟା ଯୋଗୁ ଏହି ଭଙ୍ଗା କରାଯାଉଛି ଯାହା ଦ୍ୱାରା ଏହି ସମସ୍ୟାକୁ ଏଡ଼ାଯାଇପାରିବ ଏବଂ ଏହାର ସଫାସୁତରା ସୁନିଶ୍ଚିତ କରାଯାଇପାରିବ।
ସମ୍ପ୍ରତ ଦିଲ୍ଲୀରେ ବିଜେପି ସରକାରଙ୍କ ୧୦୦ ଦିନ ପୂରଣ ହେବା ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଥିଲେ ଯେ, ବସ୍ତି ଭାଙ୍ଗିବା ଆମର ଲକ୍ଷ୍ୟ ନୁହେଁ। ଆମର ଲକ୍ଷ୍ୟ ସେମାନଙ୍କୁ ସ୍ଥାୟୀ ଘର ଯୋଗାଇବା। ବସ୍ତି ବାସିନ୍ଦା ସେଠାରେ ରହିବେ, କିନ୍ତୁ ଭଲ ସୁବିଧା ସହିତ ରହିବେ। ଏହା ପରେ, ମାଦ୍ରାସୀ କ୍ୟାମ୍ପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମ୍ପୂର୍ଣ୍ଣ ବସ୍ତିକୁ ହଟାଯାଇ ମାଟିରେ ମିଶାଇ ଦିଆଯାଇଛି।