fbpx

ଅର୍ଚ୍ଚନା ନାଗ ମାମଲା: ଏବେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦର ପାଳି, ଇଡିରେ ହେଲେ ହାଜର

ଭୁବନେଶ୍ୱର:ହନୀଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାର ଲାଗିଛି । ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ ଇଡି ପୂର୍ବରୁ ଅର୍ଚ୍ଚନାଙ୍କ ବାପା ମା ଭାଇଙ୍କୁ ଇଡି ଜେରା କରିବା ସହ ଅର୍ଚ୍ଚନାଙ୍କ ସହେଯାଗୀ ଜଗବନ୍ଧୁକୁ ମଧ୍ୟ ଗିରଫ କରିଛି । ଏତତ୍ ବ୍ୟତୀତ ୧୨ ଜଣଙ୍କୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଇଛି ଇଡି । ଯେଉଁଥିରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସମେତ ଅନେକ ବଡବଡିଆ ଲୋକଙ୍କ ନାଁ ରହିଛି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଇଡି ଜେରା କରି ସାରିଛି । ତେବେ ଆଜି ଏହି ମାମଲାରେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦଙ୍କ ପାଳି ପଡିଛି । ଫଳରେ ସେ ।ଜି ଇଡି ଅପିସରେ ହାଜର ହୋଇଛନ୍ତି ।

ତେବେ ଇଡି ତାଲିକାରେ ଥିବା ୧୨ ଜଣଙ୍କ ମଧ୍ୟରୁ ବ୍ୟବସାୟୀ ଅମିୟ କାନ୍ତ, ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଅର୍ଚ୍ଚନାଙ୍କ ପୂର୍ବ ଘର ମାଲିକ ତଥା ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ଙ୍କୁ ଇଡି ଜେରା କରିସାରିଥିବା ବେଳେ ବର୍ତ୍ତମାନ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦଙ୍କ ପାଳି ପଡିଛି । ତେବେ ତାଙ୍କୁ ଅଫିସରେ ହାଜର ହେବା ପାଇଁ ଇଡି ପୂର୍ବରୁ ସମନ ଦେଇଥିଲା । ଯାହାଫଳରେ ସେ ଆଜି ଇଡି ଅଫିସରେ ହାଜର ହୋଇଛନ୍ତି । ଯାହାକୁ ନେଇ ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗର ଅଡୁଆ ବଢିବାର ଲାଗିଛି ।

ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ସହ ଅର୍ଚ୍ଚନା ନାଗର ସମ୍ପର୍କ ଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା । ଫଳରେ ଶିବପ୍ରସାଦକୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଯାଇଥିଲା । ତେବେ ହୋଟଲ ବ୍ୟବସାୟୀ ତାଙ୍କ ଓକିଲଙ୍କ ସହ ଆସି ଆଜି ଇଡି ଅଫିସରେ ହାଜର ହୋଇଛନ୍ତି । ତେବେ ଅର୍ଥନୈତିକ କାରବାର ନେଇ ଇଡି ଖିଅ ପାଇଛି । ଯେଉଁଥି ପାଇଁ ଶିବପ୍ରସାଦଙ୍କୁ ।ଜି ଦେରା କରିପାରେ ଇଡି ।

Get real time updates directly on you device, subscribe now.