ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (HIV) ଏକ ଗମ୍ଭୀର ଭାଇରସ୍। ଯାହା ଧିରେ ଧିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ। ଯାହା ଦ୍ୱାରା ବ୍ୟକ୍ତି ସହଜରେ ଅନ୍ୟାନ୍ୟ ସଂକ୍ରମଣ ଏବଂ ରୋଗର ଶିକାର ହୁଏ। ସଠିକ୍ ସମୟ ମଧ୍ୟରେ HIV ଚିହ୍ନଟ ଏବଂ ଚିକିତ୍ସା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ଏହା AIDS (Acquired Immunodeficiency Syndrome)ରେ ପରିଣତ ହୋଇପାରେ।
ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ପ୍ରାୟତଃ ଏକ ସାଧାରଣ ଫ୍ଲୁ ପରି ମନେହୁଏ। ତେଣୁ ସେଗୁଡ଼ିକୁ ଅଣଦେଖା କରିବା ବିପଜ୍ଜନକ। ଯଦି କେବେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିଛନ୍ତି, ସଂକ୍ରମିତ ଛୁଞ୍ଚି ବ୍ୟବହାର କରିଛନ୍ତି କିମ୍ବା ଆପଣ ଭାବୁଛନ୍ତି ଯେ, ଆପଣ କୌଣସି ପ୍ରକାରେ HIV ସଂସ୍ପର୍ଶରେ ଆସିଛନ୍ତି, ଏବଂ ଆପଣ ଏହି ଲକ୍ଷଣଗୁଡ଼ିକ ଦେଖନ୍ତି ତେବେ ବିଳମ୍ବ ନକରି ପରୀକ୍ଷା କରନ୍ତୁ।
HIVର ପ୍ରାରମ୍ଭିକ ଲକ୍ଷଣ
HIVର ଲକ୍ଷଣଗୁଡ଼ିକ ବ୍ୟକ୍ତି ଅନୁସାରେ ଭିନ୍ନ ହୋଇପାରେ ଏବଂ ଭାଇରସ୍ ଶରୀରରେ ପ୍ରବେଶ କରିବାର କିଛି ସପ୍ତାହରୁ କିଛି ବର୍ଷ ପର୍ଯ୍ୟନ୍ତ ଦେଖାଯାଇପାରେ। ସଂକ୍ରମଣର ୨-୪ ସପ୍ତାହ ପରେ ଦେଖାଯାଇପାରୁଥିବା କିଛି ପ୍ରାରମ୍ଭିକ ଲକ୍ଷଣ…
ଜ୍ୱର ଏବଂ ଥଣ୍ଡା:
ଏହା HIVର ପ୍ରାରମ୍ଭିକ ଏବଂ ସାଧାରଣ ଲକ୍ଷଣ ମଧ୍ୟରୁ ଗୋଟିଏ। ଏହା ଫ୍ଲୁ ପରି ଜ୍ୱର ହୋଇପାରେ ଯାହା ଭଲ ହୁଏ ନାହିଁ।
ଥକ୍କା ଏବଂ ଦୁର୍ବଳତା:
ସବୁବେଳେ ବହୁତ କ୍ଳାନ୍ତ ଅନୁଭବ କରିବା, ଯଦିଓ ଆପଣ ଯଥେଷ୍ଟ ବିଶ୍ରାମ ନେଇଛନ୍ତି। ଶରୀରରେ ଶକ୍ତିର ଅଭାବ ଅନୁଭବ କରିବା।
ଫୁଲିଥିବା ଲିମ୍ଫ୍ ନୋଡ୍:
ବେକ, କାଖ କିମ୍ବା ଜଙ୍ଘରେ ଥିବା ଗ୍ରନ୍ଥି (ଲିମ୍ଫ୍ ନୋଡ୍) ରେ ଫୁଲିବା ଅନୁଭବ କରିବା। ଏହି ଗ୍ରନ୍ଥି ଶରୀରକୁ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରେ ଏବଂ ସଂକ୍ରମଣ ହେଲେ ଫୁଲିଯାଏ।
ଚର୍ମ ଫୋଟକା:
ଶରୀରରେ ଲାଲ, କୁଣ୍ଡାଇ ହେଉଥିବା ଫୋଟକା, ଯାହା ସାଧାରଣତଃ ଛାତି, ପିଠି କିମ୍ବା ମୁହଁରେ ଦେଖାଯାଇପାରେ।
ଗଳା ଯନ୍ତ୍ରଣା ଏବଂ ମୁହଁରେ ଘା:
ବିନା କାରଣରେ ମୁହଁରେ ଲଗାତର ଯନ୍ତ୍ରଣା କିମ୍ବା ଫୋଟକା
ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା:
ଶରୀରରେ ମାଂସପେଶୀ ଏବଂ ଗଣ୍ଠିରେ ଯନ୍ତ୍ରଣା କିମ୍ବା କଠିନତା ଅନୁଭବ କରିବା, ଯାହା ଫ୍ଲୁ ଲକ୍ଷଣ ପରି ଅନୁଭବ ହୋଇପାରେ।
ରାତିରେ ଝାଳ:
ଶୋଇବା ସମୟରେ ଅତ୍ୟଧିକ ଝାଳ ଆସିବା।
ଓଜନ ହ୍ରାସ:
କୌଣସି କାରଣ ବିନା ହଠାତ୍ ଏବଂ ଦ୍ରୁତ ଓଜନ ହ୍ରାସ।
କେବେ କରିବେ ପରୀକ୍ଷା ?
ଯଦି ଆପଣ ଅସୁରକ୍ଷିତ ଯୌନ ସମ୍ପର୍କ, ସେୟାର ଛୁଞ୍ଚି ବ୍ୟବହାର ଏବଂ ଆପଣ ଉପରେ ଉଲ୍ଲେଖିତ କୌଣସି ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ ଏବଂ ବିଳମ୍ବ ନକରି ତୁରନ୍ତ HIV ପରୀକ୍ଷା କରନ୍ତୁ।
HIV ଚିହ୍ନଟ ଯେତେ ଶୀଘ୍ର ହୁଏ, ସେତେ ଶୀଘ୍ର ଚିକିତ୍ସା ଆରମ୍ଭ ହୋଇପାରିବ। ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି (ART) ଭଳି ଔଷଧ ଭାଇରସ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହା ଜଣେ ବ୍ୟକ୍ତିଙ୍କୁ ଏକ ସାଧାରଣ ଏବଂ ସୁସ୍ଥ ଜୀବନଯାପନ କରିବାକୁ ଅନୁମତି ଦିଏ।
HIV ଏକ ରୋଗ ନୁହେଁ, ବରଂ ଏକ ଭାଇରସ୍ ଯାହାକୁ ସଠିକ୍ ଚିକିତ୍ସା ସହିତ ପରିଚାଳନା କରାଯାଇପାରିବ। ଲକ୍ଷଣ ଦେଖାଗଲେ ଭୟଭୀତ ହେବା ପରିବର୍ତ୍ତେ, ସଚେତନ ରୁହନ୍ତୁ। କୌଣସି ସନ୍ଦେହ ହେଲେ, ଜଣେ ଯୋଗ୍ୟ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ତୁରନ୍ତ ପରୀକ୍ଷା କରନ୍ତୁ।