fbpx

ସ୍ୱପ୍ନରେ ଅନ୍ୟ ଉପରେ ରାଗୁଛନ୍ତି କି ? ଜାଣନ୍ତୁ ଏହା କ’ଣ ସଂକେତ ଦେଇଥାଏ

Advertisement

ଓଡ଼ିଶା ଭାସ୍କର: ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଆମେ ଦେଖୁଥିିବା ସ୍ୱପ୍ନ ଜୀବନ ଉପରେ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ଅଧିକାଂଶ ସମୟରେ ଆମେ ଏପରି ସ୍ୱପ୍ନ ଦେଖିଥାଉ ଯାହା ବାସ୍ତବିକ ଜୀବନ ସହ ସାମଞ୍ଜସ୍ୟ ରଖିଥାଏ । ଏହା କିଛି ସଂକେତ ଦେଇଥାଏ ଯାହା ଆମେ ବୁଝି ପାରିନଥାଉ । ଅନେକ ସମୟରେ ଆମେ ସ୍ୱପ୍ନରେ ନିଜକୁ ରାଗିଥିବାର ଦେଖିଥାଉ । ତେବେ ଆସନ୍ତୁ ଜାଣିବା ଏହା କ’ଣ ସଂକେତ ଦେଇଥାଏ ।

୧. ଅସନ୍ତୁଷ୍ଟ: ସ୍ୱପ୍ନରେ ନିଜକୁ କ୍ରୋଧିକ ଭାବରେ ଦେଖିବା ଅସନ୍ତୁଷ୍ଟିକୁ ସୂଚାଇଥାଏ । ଏହା କୌଣସି କାର୍ଯ୍ୟକୁ କରିବାର ଅସମର୍ଥତାକୁ ଦର୍ଶାଇଥାଏ ।

୨. ନକାରାତ୍ମକତା: ଏଭଳି ସ୍ୱପ୍ନ ଜୀବନରେ ନକାରାତ୍ମକତାର ସଂକେତ ଦେଇଥାଏ । ବ୍ୟକ୍ତିଗତ କିମ୍ବା ବୃତ୍ତିଗତ ଜୀବନରେ ଅସଫଳତାକୁ ନେଇ ମନରେ ଅନେକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ ।

୩. ବିପଦର ସଂକେତ: ଆପଣ ସ୍ୱପ୍ନରେ ନିଜେ କ୍ରୋଧରେ କାହାକୁ ପାଟି କରିବା ବା ମାରୁଥିବାର ଦେଖିଲେ ଏହା କୌଣସି ବଡ଼ ବିପଦର ସଂକେତ ଅଟେ । ଏହା ଆପଣଙ୍କ ମାନସିକ ସ୍ଥିତିକୁ ସୂଚାଇଥାଏ । ଆପଣ ଚିନ୍ତାଗ୍ରସ୍ତ ରହିବା କାରଣରୁ ଏପରି ବ୍ୟବହାର କରୁଥିବା କିମ୍ବା ଅସହାୟତାକୁ ସୂଚାଇଥାଏ ।

୪. ଇଚ୍ଛାକୁ ଦର୍ଶାଇବା: ବାସ୍ତବ ଜୀବନରେ କାହା ସାମ୍ନାରେ ନିଜ ଇଚ୍ଛାକୁ ବ୍ୟକ୍ତ ନ କରିପାରିବା ଯୋଗୁଁ କ୍ରୋଧିତ ହୋଇଥାଉ । ଅନେକ ସମୟରେ କୌଣସି ବସ୍ତୁ କିମ୍ବା ଲକ୍ଷ୍ୟକୁ ନେଇ ଇଚ୍ଛା ପୂରଣ ନହେଲେ ଆମେ କ୍ରୋଧିତ ହୋଇଥାଉ ।

 

 

Get real time updates directly on you device, subscribe now.