ନୂଆଦିଲ୍ଲୀ: ପଞ୍ଜାବରେ ଶିରୋମଣି ଅକାଳି ଦଳର ନେତା ସୁଖବୀର ସିଂହ ବାଦଲଙ୍କ ଉପରେ ଗୁଳି ଚଳାଯାଇଛି। ଏହି ଘଟଣାରେ ସୁଖବୀର ସିଂହ ବାଦଲଙ୍କ ଜୀବନ ବଞ୍ଚିଯାଇଛି। ଏହି ମାମଲାରେ ଦିଲ୍ଲୀ ବିଧାନସଭାରେ ଆଜି ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଦିଲ୍ଲୀ ବିଧାନସଭାରେ କହିଛନ୍ତି ଯେ, ‘ପଞ୍ଜାବ ପୋଲିସଙ୍କ କାରଣରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ମୁଁ ପଞ୍ଜାବ ପୋଲିସଙ୍କ ପ୍ରଶଂସା କରୁଛି। ପଞ୍ଜାବକୁ ବଦନାମ କରିବାର ବଡ଼ ଷଡ଼ଯନ୍ତ୍ର ହେଉଛି। ଏହି ଘଟଣା ପରେ ସମଗ୍ର ବିଜେପି ଏବଂ ମିଡିଆ ପଞ୍ଜାବରେ ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ପଞ୍ଜାବରେ ଗୋଟିଏ ପ୍ରଶ୍ନ ଉଠୁଛି, ହେଲେ ଦିଲ୍ଲୀରେ ହତ୍ୟା, ଯେତେବେଳେ ଫ୍ରୀ କଲ୍ ଆସୁଛି, ସେମାନେ କହୁଛନ୍ତି, ଦିଲ୍ଲୀରେ କୌଣସି ପ୍ରସଙ୍ଗ ନାହିଁ। ଗୃହମନ୍ତ୍ରୀଙ୍କ ଘରର ୧୦-୧୫ କିମି ରେଞ୍ଜରେ ସତାଧିକ ଘଟଣା ଘଟୁଛି। କଣ ଭିଆଇପିଙ୍କ ସୁରକ୍ଷା ଜରୁରୀ, ସାଧାରଣ ଜନତାଙ୍କ ସୁରକ୍ଷା ଜରୁରୀ ନୁହେଁ।’
କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଯେବେଠାରୁ ଅମିତ ଶାହ ଗୃହମନ୍ତ୍ରୀ ହୋଇଛନ୍ତି, ସେବେଠାରୁ ଦିଲ୍ଲୀର ଆଇନ ବ୍ୟାବସ୍ଥା ଖରାପ ହୋଇଯାଇଛି। ମୁଁ ମୁଁ ବହୁତ ଦିନ ଚୁପ ରହିଲି, କିନ୍ତୁ ଏବେ ନୁହେଁ। ଦିଲ୍ଲୀର ସବୁ ଗଳିରେ ନିଶା ଦ୍ରବ୍ୟ ମିଳୁଛି। ଏହି ଡ୍ରଗ୍ସ ଗୁଜରାଟରୁ ଆସୁଛି। ନିର୍ବାଚନ ଆୟୋଗ ମଧ୍ୟ କହିସାରିଛନ୍ତି ଗୁଜରାଟ ନିଶାର ହବ୍ ହୋଇଗଲାଣି।
ସେ ଆଗକୁ କହିଛନ୍ତି ଯେ, ମୁଁ ଆଜି ଖୁଲାସା କରିବାକୁ ଚାହୁଁଛି ଯେ; ଯେବେ ମୁଁ ସିଏମ ଥିଲି, ମୋ ଉପରେ ପ୍ରେସର ଥିଲା ଯେ, ଦିଲ୍ଲୀର ବିଦ୍ୟୁତ ଅଦାନୀକୁ ହସ୍ତାନ୍ତର କରିବା। ମୁଁ ଏପରି କଲି ନାହିଁ। ଯଦି ଏପରି କରିଥାଆନ୍ତି, ତେବେ ଆଜି ମୁଁ ଦିଲ୍ଲୀବାସୀଙ୍କୁ ବିଜୁଳି ଫ୍ରୀରେ ଦେଇପାରିନଥାଆନ୍ତି। ଦିଲ୍ଲୀବାସୀ ବିଦ୍ୟୁତର ବିଲ୍ ମଧ୍ୟ ଭରିପାରିନଥାଆନ୍ତେ। ଏବେ ମୁଁ ଜାଣୁଛି ଯେ, ମୋତେ କାହିଁକି ଜେଲ ପଠାଯାଇଥିଲା। କାରଣ ମୁଁ ଅଦାନୀକୁ ବିଦ୍ୟୁତ ହସ୍ତାନ୍ତର କରିନଥିଲି। ଦୁଇ ଦିନ ପରେ ମୁଁ ଖୁଲାସା କରିବି। ଏହି ବିଜେପି କିପରି ନିର୍ବାଚନରେ ବିଜୟ ହାସଲ କରୁଛି। ମୋ ପାଖରେ ସମସ୍ତ ପ୍ରମାଣ ଏବଂ ମୁକସାଖୀ ମଧ୍ୟ ଅଛନ୍ତି। ମୁଁ କହିବି ସେମାନେ ମହାରାଷ୍ଟ୍ରରେ କିପରି ଜିତିଲେ।