fbpx

କେନ୍ଦ୍ରର ଆବାସ ଯୋଜନାର ଟଙ୍କା ନେଇ ପ୍ରେମିକଙ୍କ ସହ ପଳାଇଗଲେ ୧୧ ବିବାହିତା ମହିଳା: ରିପୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅନେକ ମହିଳା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଜନାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି, ଯାହା ଗରିବ ଏବଂ ମଧ୍ୟବିତ୍ତ ପରିବାରକୁ ସ୍ଥାୟୀ ଘର ନିର୍ମାଣରେ ସହାୟତା ଯୋଗାଇଥାଏ ।

ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ନିଚଲୌଲ ବ୍ଲକରେ ରହୁଥିବା ୧୧ ଜଣ ବିବାହିତା ମହିଳା ନିଜ ପ୍ରେମିକମାନଙ୍କ ସହିତ ଫେରାର ହୋଇ ଯାଇଛନ୍ତି। ଏତେ ସଂଖ୍ୟକ ମହିଳା ଏକାଠି ଫେରାର ହୋଇଥିବାରୁ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ସୂଚନାନୁସାରେ, ପିଏମ ଆବାସ ଯୋଜନାର ପ୍ରଥମ କିସ୍ତି ଭାବେ ୪୦ ହଜାର ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଆସିଥିଲା। ଏହି ଯୋଜନା ଅନ୍ତର୍ଗତ, ଯେଉଁମାନଙ୍କର ନିଜସ୍ୱ ଘର ନାହିଁ ସେମାନଙ୍କୁ ସରକାର ଟଙ୍କା ଦେଇଥାନ୍ତି। ମହିଳାମାନେ ଏହି ଯୋଜନାର ଟଙ୍କା ପାଆନ୍ତି ଏବଂ ତାହା କେବଳ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଘରୁ ପଳାଇ ଯାଇଥିବା ମହିଳାଙ୍କ ସ୍ୱାମୀମାନେ ପୁଲିସ୍ ଷ୍ଟେସନରେ ପହଞ୍ଚି ମାମଲା ରୁଜୁ କରିଛନ୍ତି। ଏଥିସହିତ ସଂପୃକ୍ତ ବିଭାଗ ଆଉ ଦ୍ୱିତୀୟ କିସ୍ତି ନ ପଠାଇବାକୁ ସ୍ବାମୀମାନେ ଆକୁଳ ପ୍ରାର୍ଥନା କରିଛନ୍ତି। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ନିଚଲୌଲ ବ୍ଲକରେ ୨୩୫୦ ମହିଳାଙ୍କୁ ଏହି ଯୋଜନାର ହିତାଧିକାରୀ ଭାବେ ପାଇଁ ଚିହ୍ନଟ କରାଯାଇଥିଲା। ଏହା ସହିତ ପିଏମ ଆବାସ ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଥିଲା।

ଏହି ଯୋଜନାର ନିୟମ ଅନୁଯାୟୀ, ଯଦି କୌଣସି ହିତାଧିକାରୀ ପିଏମ୍ ଆବାସ ଯୋଜନା ଅନ୍ତର୍ଗତ ମିଳିଥିବା ଅର୍ଥକୁ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରନ୍ତି, ତେବେ ସରକାରଙ୍କ ପାଖରେ ଟଙ୍କା ଫେରସ୍ତ କରିବାର ଅଧିକାର ଅଛି। ଏପରି ପରିସ୍ଥିତିରେ, ଯେଉଁମାନଙ୍କର ପତ୍ନୀମାନେ ସେମାନଙ୍କ ପ୍ରେମିକମାନଙ୍କ ସହ ପଳାଇ ଯାଇଛନ୍ତି। ସେମାନଙ୍କଠାରୁ ଏହି ଯୋଜନାର ପ୍ରଥମ କିସ୍ତି ଅସୁଲ କରିବାକୁ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

 

Get real time updates directly on you device, subscribe now.