fbpx

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ୍‌ ଗୁରୁତର, ହସ୍ପିଟାଲରେ ଚାଲିଛି ଚିକିତ୍ସା

ଲକ୍ଷ୍ନୌ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ସୀତାପୁର ଜେଲରେ ବନ୍ଦୀଭାବେ ଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ ଗୁରୁତର ହୋଇପଡିଛନ୍ତି । ସୋମବାର ସକାଳେ ଏକ ଡାକ୍ତରୀ ଦଳ ଜେଲରେ ପହଞ୍ଚି ଆଜମ୍‌ଙ୍କୁ ଚିକିତ୍ସା କରୁଛନ୍ତି । ଜେଲ ପ୍ରଶାସନର ସୂଚନା ମୁତାବକ ଆଜମ୍‌ଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଜାରି ରହିଛି ।

କିଛିଦିନ ପୂର୍ବରୁ ଆଜମ୍‌ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଜେଲରୁ ବାହାରକୁ ଆଣି ଏକ ହସ୍ପିଟାଲରେ ପାଖାପାଖି ୯୦ ଦିନ ଚିକିତ୍ସା କରାଯିବା ପରେ ପୁଣି ଜେଲକୁ ନିଆଯାଇଥିଲା । ସେ କିଛି ଦିନ ପୂର୍ବରୁ କୋଭିଡ୍‌ରୁ ମଧ୍ୟ ସୁସ୍ଥ ହୋଇଥିଲେ । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ ୨୦୨୦ ଫେବୃଆରୀ ମାସରୁ ସୀତାପୁର ଜେଲରେ ବନ୍ଦୀ ଅଛନ୍ତି । ବେଆଇନ ଭାବେ ଜମି ଦଖଲ କରିବା, ନକଲି ଦସ୍ତାବିଜ ଦାଖଲ କରିବା ସମେତ ଅନ୍ୟ କିଛି ମାମଲାରେ ତାଙ୍କ ଉପରେ ମାମଲା ଚାଲିଛି । ଆଜମ୍‌ ଖାନଙ୍କ ବ୍ୟତୀତ ଏହି ମାମଲାରେ ତାଙ୍କ ପୁଅ ଅବ୍ଦୁଲା ଖାନ ବି ଜେଲରେ ଅଛନ୍ତି । ହେଲେ ତାଙ୍କ ପତ୍ନୀ ତାଜୀନ ଜାମିନ ପାଇଛନ୍ତି ।

Get real time updates directly on you device, subscribe now.