fbpx

ସ୍କୁଲ ଭ୍ୟାନ ଏବଂ କଲେଜ ବସ୍ ମଧ୍ୟରେ ବଡ ଧରଣର ଦୁର୍ଘଟଣା, ୪ ଛାତ୍ର ମୃତ, ୧୬ ଆହତ

Advertisement

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଏକ ବଡ ଧରଣର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଠାରେ ସ୍କୁଲ ଭ୍ୟାନ ସହ ଏକ କଲେଜ ବସ୍ ଧକ୍କା ହୋଇଛି । ଏଥିରେ ୩ଜଣ ଶିଶୁ ଏବଂ ବସ୍ ଡ୍ରାଇଭରର ମୃତ୍ୟୁ ଘଟିଛି । ସେହିପରି ୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ଏକ ଟିମ ନେଇ ପହଁଚିଛି ଏବଂ ସ୍କୁଲ ଭ୍ୟାନରୁ ବାହାର କରି ହସ୍ପିଟାଲକୁ ପଠାଇଛନ୍ତି ।

ଦୁର୍ଘଟଣା ଥାନା ଅସାବା ଅଞ୍ଚଳ ଅନ୍ତର୍ଗତ ନବୀଗଞ୍ଜରେ ହୋଇଛି । ମ୍ୟାଉଁର ଏସଆରପିଏସ ସ୍କୁଲର ଭ୍ୟାନ ଏବଂ ସତ୍ୟଦେବ ଇଣ୍ଟର କଲେଜର ବସ ସେହି ଗାଁର ଭିନ୍ନ ଭିନ୍ନ ସ୍ଥାନରୁ ପିଲାଙ୍କୁ ସକାଳେ ଆଣିବା ପାଇଁ ଯାଏ । ଏହି ଦୁଇ ଯାନ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍କୁଲ ଆସୁଥିଲା । ସେହି ସମୟରେ ନବୀଗଞ୍ଜ ପାଖରେ ଦୁହେଁ ଧକ୍କା ହୋଇଛନ୍ତି । ଏହି ଘଟଣା ସୋମବାର ୮ଟା ୪୪ ମିନିଟରେ ଘଟିଥିଲା ।

ଆହତଙ୍କ ମଧ୍ୟରୁ ଆଠ ରୁ ନଅ ଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି । ଏସଡିଏମ ସ୍ଥାନୀୟ ପ୍ରଶାସନ ସହ ଘଟଣା ସମ୍ବନ୍ଧରେ ସୂଚନା ନେଇଥିଲା । ଏହି ଦୁଇ ବାହନ ଦ୍ରୁତ ଗତିରେ ଯାତ୍ରା କରୁଥିଲେ । ଡିଏମ ମନୋଜ କୁମାର ଏବଂ ଏସଏସପି ଡା. ଓପୀ ସିଂହ ଜିଲ୍ଲା ହସ୍ପିଟାଲରେ ପହଁଚି ଆହତ ଶିଶୁଙ୍କୁ ଭଲ ଚିକିତ୍ସା ଦିଆଯିବ ବୋଲି ଭରଷା ଦେଇଛନ୍ତି । ଡିଏମ ମନୋଜ କୁମାର କହିଛନ୍ତି ଯେ, ପୋଲିସ ଦୁର୍ଘଟଣାର କାରଣକୁ ନେଇ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.