ନ୍ୟୁୟର୍କ: ବଜାରରେ ୫-୧୦ ଟଙ୍କାରେ ମିଳିଯାଉଥିବା କଦଳୀ ୫୨ କୋଟି ଟଙ୍କାରେ ନିଲାମ ହୋଇଛି । ଖବରଟି ପଢ଼ିଲା ବେଳକୁ ଅବିଶ୍ୱାସ ଲାଗିଲେ ମଧ୍ୟ ଏ କଥାଟି ସତ । ଆମେରିକାର ନୁ୍ୟୟର୍କରୁ ସାମାନ୍ୟ କଦଳୀ ପାଇଁ ଲୋକ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା । ଡକ୍ଟଟେପ ସାହାଯ୍ୟରେ କାନ୍ଥରେ ଲାଗିଥିବା କଦଳୀକୁ ଏତେ ଟଙ୍କା ଦେଇ କିଣିବା ପଛର କାରଣ କକ୍ଷଣ ଚାଲନ୍ତୁ ଜାରିବା, ଏହା ଖାଇବା କଦଳୀ ନ ଥିଲା ବରଂ ଏହା ଏକ ଫେମସ ପେଣ୍ଟିଂ ଥିଲା । ନିକଟରେ ନ୍ୟୁୟର୍କରେ ପେଣ୍ଟିଂ ନିଲାମ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଦଳୀର ଫଟୋ ମଧ୍ୟ ସାମିଲ ହୋଇଥିଲା । କଦଳୀର ନିଲାମୀ ଆରମ୍ଭ ହୋଇଥିଲା ୧ କୋଟି ଟଙ୍କାରୁ । ଯାହା ପରବର୍ତ୍ତୀ ସମୟରେ ୪୫ କୋଟି ଓ ଶେଷରେ ୫୨ କୋଟିରେ ନିଲାମ ହୋଇଥିଲା । ମାଉରିଜିଓ କାଟେଲାନଙ୍କ ଏ ପେଣ୍ଟିଂର ନାମ କମେଡିଆନ ରଖାଯାଇଛି । ଯେଉଁଥିରେ ସିଲଭର ରଙ୍ଗର ଡକ୍ ଟେପରେ ଏକ କଦଳୀକୁ ଧଳା ରଙ୍ଗର କାନ୍ଥରେ ଲଗାଯାଇଥିବା ଦେଖିବାକୁ ମିିଳିଛି । ୧୬୦ ସେଣ୍ଟିମିଟର ବିଶିଷ୍ଟ ଏହି ଆର୍ଟକୁ ଦେଖି ନିଲମରେ ସାମିଲ କିଛି ଲୋକ ରାଗିଯାଇଥିବା ମଧ୍ୟ କୁହାଯାଉଛି । କାରଣ କଦଳୀର ଏ ପ୍ରକାର ଆର୍ଟ ପୂର୍ବରୁ କେହି କେବେ ଦେଖି ନ ଥିଲେ । ଯେଉଁଥିପାଇଁ କାଟେଲାନଙ୍କ ଆର୍ଟ ଅନ୍ୟମାନଙ୍କ ତୁଳନାରେ ଭିନ୍ନ । ଆଉ ସେଥିପାଇଁ ତାଙ୍କ କମେଡିଆନ ଥିମ୍ ପଣ୍ଟିଂ ବହୁ ମାତ୍ରାରେ ଆଦୃତ ।