ବିବାହ ପୂର୍ବରୁ ନିଜ ପାର୍ଟନରଙ୍କୁ ପଚାରନ୍ତୁ ଏହି 7 ଟି ଗୁରୁତ୍ୱପୂର୍ଣ୍ଣ କଥା, ତାହେଲେ ଭଲ ରହିବ ଆପଣଙ୍କ ସମ୍ପର୍କ
ବିବାହ ପୂର୍ବରୁ ନିଜ ପାର୍ଟନରଙ୍କୁ ପଚାରନ୍ତୁ ଏହି 7 ଟି କଥା
ଓଡିଶାଭାସ୍କର: ବିବାହ କେବଳ ଦୁଇଟି ବ୍ୟକ୍ତିଙ୍କ ମିଳନ ହୋଇନଥାଏ ବରଂ ଦୁଇଟି ମନର ମିଳନ ହୋଇଥାଏ। ଏପରି ପରିସ୍ଥିତିରେ, ବିବାହ ପୂର୍ବରୁ ପରସ୍ପରକୁ ବୁଝିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଯାହାଦ୍ୱାରା ଆଗକୁ ଏହି ସମ୍ପର୍କରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ରିଲେସନସିପ ଥେରାପିସ୍ଟ କିମ୍ବରଲି ମୋଫିଟ୍ ତାଙ୍କ ଇନଷ୍ଟାଗ୍ରାମରେ ଏହି ସମ୍ପର୍କକୁ ନେଇ ଏକ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ 7 ଟି କଥା ଉଲ୍ଲେଖ କରିଛନ୍ତି।
ଏକ୍ସପର୍ଟଙ୍କ କହିବା ଅନୁସାରେ, ବିବାହ ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବରେ ଏହି 7 ଟି କଥା ବିଷୟରେ ନିଜ ସାଥୀଙ୍କ ସହ କଥା ହେବା ଉଚିତ, ଯାହା ଦ୍ଵାରା ପରେ କୌଣସି ଝଗଡ଼ା ଏବଂ ଭୁଲ ବୁଝାମଣା ନହେବ। ତେବେ ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ-
1 – ପ୍ରଥମେ ଟଙ୍କା କିପରି ଖର୍ଚ୍ଚ ହେବ, ସବୁକିଛି 50/50 ହେବ ନା ଖର୍ଚ୍ଚ, ଆୟ ଅନୁସାରେ ହେବ ସେସବୁ ବିଷୟରେ ସ୍ଥିର କରନ୍ତୁ। ଦୁଇଜଣଙ୍କର ଜଏଣ୍ଟ ଆକାଉଣ୍ଟ ରହିବ ନା ଅଲଗା ଅଲଗା, ତାହା ବି କଥା ହେବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
2 – ପରସ୍ପରଠାରୁ କିମ୍ବା ପରସ୍ପରର ପିତାମାତାଙ୍କଠାରୁ ଆପଣଙ୍କର କ’ଣ ଆଶା ଅଛି, ଏହା ବିଷୟରେ ଖୋଲାଖୋଲି କଥାବାର୍ତ୍ତା ହେବ ଉଚିତ।
3 – ଆପଣଙ୍କ ରାଜନୈତିକ କିମ୍ବା ସାଂସ୍କୃତିକ ଦୃଷ୍ଟିକୋଣ ସମାନ କି ଭିନ୍ନ? ଆପଣ ଆପଣଙ୍କର ପାର୍ଥକ୍ୟକୁ ବୁଝି ଏକାଠି ରହିପାରିବେ କି? ଭବିଷ୍ୟତରେ, ଏହା ଆପଣଙ୍କ ପିଲାମାନଙ୍କର ଲାଳନପାଳନ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ମଧ୍ୟ ପ୍ରଭାବିତ କରିପାରେ, ତେଣୁ ଏହି ବିଷୟରେ ମଧ୍ୟ ଆଲୋଚନା କରିବା ଉଚିତ।
4 – ଆପଣଙ୍କର ପସନ୍ଦ ନାପସନ୍ଦ ବିଷୟରେ ମଧ୍ୟ ଆଲୋଚନା କରିବା ଉଚିତ। ଯେପରିକି ଆପଣ ପୋଷା ପ୍ରାଣୀ ରଖିବାକୁ ପସନ୍ଦ କରନ୍ତି କି ନାହିଁ, ସହରରେ ରହିବାକୁ ଚାହାଁନ୍ତି କି ଗାଁରେ, ଗୋଟିଏ ବିଛଣାରେ ଶୋଇବାକୁ ପସନ୍ଦ କରିବେ କି ଅଲଗା ବିଛଣାରେ ଏସବୁ ବିଷୟରେ ଆଲୋଚନା କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ।
5 – ଆପଣଙ୍କର କଣ ଲକ୍ଷ୍ଯ ଅଛି, ଆପଣ ଜୀବନରେ କ’ଣ କରିବାକୁ ଚାହାଁନ୍ତି ଏହି ସମସ୍ତ ବିଷୟ ବିଷୟରେ କଥାବାର୍ତ୍ତା କରନ୍ତୁ।
6 – ଆପଣ ସମସ୍ତଙ୍କ ସହିତ ରହିବାକୁ ପସନ୍ଦ କରିବେ କି ଏକାକୀ ରହିବାକୁ ପସନ୍ଦ କରିବେ, ଆପଣଙ୍କର ସକାଳ ଉଠିବା ସମୟ କ’ଣ, ଆପଣ କେବେ ଜଳଖିଆ କରନ୍ତି, ଆପଣଙ୍କ ଶୋଇବା ସମୟ କ’ଣ, ଆପଣଙ୍କ ଦିନ କିପରି କଟେ? ଏହି ଛୋଟ ଛୋଟ ଜିନିଷ ବିଷୟରେ ଖୋଲାଖୋଲି କଥାହେବା ନିହାତି ଜରୁରୀ।
7 – ଏସବୁ ବ୍ୟତୀତ, ଯଦି କେହି ଅସୁସ୍ଥ ହୁଅନ୍ତି କିମ୍ବା କିଛି ଖରାପ ଘଟେ ତେବେ ଆପଣ ସେ ସମୟରେ କିପରି ମ୍ୟାନେଜ କରିବେ?
ଏହି ଛୋଟ ଛୋଟ କଥାବାର୍ତ୍ତା ଦ୍ୱାରା ହିଁ ଏକ ଦୃଢ଼ ଏବଂ ସୁଖୀ ସମ୍ପର୍କର ମୂଳଦୁଆ ସ୍ଥାପନ ହୁଏ।