ନୂଆଦିଲ୍ଲୀ : ଶ୍ରାବଣ ନାସଟି ହେଉଛି ଶିବଙ୍କର ପ୍ରିୟ ମାସ । ଏହି ଶ୍ରଦ୍ଧାଳୁ ତାଙ୍କ ପାଇଁ ବ୍ରତ କରିଥାନ୍ତି । କୁହାଯାଉଛି ସବୁଜ ରଙ୍ଗ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ଅଟେ । ଏହି ମାସରେ ଯଦି ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କରନ୍ତି, ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ଯ୍ୟ ବା ଅଟକି ଥିବା କାର୍ଯ୍ୟ ସହଜରେପୁରା ହୋଇଯିବ । ଏହି ମାସରେ ସବୁଜ ରଙ୍ଗର ପୋଷାକ ଧାରଣ କରିବା ସହ ସବୁଜ ରଙ୍ଗର ଚୁଡି ମଧ୍ୟ ପିନ୍ଧିବା ଅତି ଉତ୍ତମ ହୋଇଥାଏ । ବିବାହିତ ମହିଳା ମାନେ ସବୁଜ ରଙ୍ଗର ପାଣି ଚୁଡି ପିନ୍ଧିଲେ, ତାହାକୁ ଶୁଭ ବୋଲି ମନେ କରାଯାଏ ।
ଏହି ମାସରେ ଭୁଲରେ ବି କଳା ରଙ୍ଗର ପୋଷାକ ପିନ୍ଦିବା ଉଚିତ ନୁହେଁ । ଏହି ରଙ୍ଗର ପୋଷାକ ପରିଧାନ କରିବା ଦ୍ୱାରା ମହାଦେବ କ୍ରୋଧିତ ହୋଇଥାନ୍ତି । କିନ୍ତୁ ଏହି ମାସରେ ସବୁଜ ରଙ୍ଗର ପୋଷାକ ଏବଂ ଚିଡି ପିନ୍ଧି ମହାଦେବଙ୍କୁ ପ୍ରସନ୍ନ କରାଯାଇ ପାରିବ । ଏହା କରିବା ଦ୍ୱାରା ଆପଣଙ୍କ ମନୋସ୍କାମନା ପୂରଣ ହୋଇଥାଏ ।
– ଭଲ ଚାକିରି ବା ପଦୋନ୍ନତି ପାଇଁ ଆପଣ ଶ୍ରାବଣ ମାସରେ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁତ ଶୀଘ୍ର ଚାକିରି ମିଳିବ ଏବଂ ଚାକିରିରେ ପଦୋନ୍ନତି ହେବ ।
– ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତି। ଏପରି କରିବା ଦ୍ୱାରା ପ୍ରଭୁ ମହେଶ୍ୱରଙ୍କର ଆଶୀର୍ବାଦ ମିଳିବା ସହ ପତି ଦୀର୍ଘାୟୁ ହୋଇଥାଆନ୍ତି।
– ଧାର୍ମିକ ଗ୍ରନ୍ଥରେ ସବୁଜ ରଙ୍ଗ ବୁଧ ଗ୍ରହର ପ୍ରତୀକ ବୋଲି କୁହାଯାଏ। ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ଜାତକରେ ବୁଧଙ୍କ ସ୍ଥିତି ଭଲ ହେବା ସହ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଏହା ବ୍ୟତୀତ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ବୁଦ୍ଧି ଓ ସମୃଦ୍ଧି ମିଳିଥାଏ।
ସୌଭାଗ୍ୟ ପ୍ରାପ୍ତି ପାଇଁ –
ପ୍ରଭୁ ଶିବ ଜଣେ ଯୋଗୀ। ତେଣୁ ତାଙ୍କୁ ପ୍ରକୃତିର ସୁନ୍ଦର ରୂପ ମଧ୍ୟରେ ଧ୍ୟାନ କରିବାକୁ ଖୁବ ପସନ୍ଦ। ସବୁଜର ରଙ୍ଗ ପୋଷାକ ପିନ୍ଧିବା ଓ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି। ତେଣୁ ମହିଳାମାନେ ଏହି ମାସରେ ସବୁଜ ରଙ୍ଗ ବ୍ୟବହାର କରିଥାଆନ୍ତି। ଏହି ମାସରେ ସାଧାରଣତଃ ବିଭିନ୍ନ ପ୍ରକାରର ରୋଗ ହେବାର ଅଧିକ ସମ୍ଭାବନା ଥାଏ। ଏହାସହ ସବୁଜ ରଙ୍ଗ ବିଭିନ୍ନ ରୋଗକୁ ଶରୀର ଠାରୁ ଦୂରେଇ ରଖିବା ପାଇଁ ବେଶ ସହାୟକ ହୋଇଥାଏ।
ମେହେନ୍ଦୀ ଲଗାଇବାର ଧାର୍ମିକ କାରଣ –
ଶ୍ରାବଣ ମାସରେ ମହିଳାମାନେ ବିଭିନ୍ନ ପ୍ରକାରର ବ୍ରତ କରିଥାଆନ୍ତି। ସମସ୍ତ ବ୍ରତ କରିବା ଦ୍ୱାରା ମହିଳାମାନେ ସୌଭାଗ୍ୟବତୀ ହେବା ସହ ଗୃହରେ ସୁଖସମୃଦ୍ଧି ଆସିଥାଏ। ଧର୍ମଗ୍ରନ୍ଥ ଅନୁଯାୟୀ, ମହିଳାଙ୍କୁ ବ୍ରତ କରିବା ସମୟରେ ସୌଭାଗ୍ୟ ପ୍ରାପ୍ତି ପାଇଁ ଷୋହଳ ଶୃଙ୍ଗାର କରିବା ଆବଶ୍ୟକ। ମେହେନ୍ଦୀ ମଧ୍ୟ ଶୃଙ୍ଗାର ଦ୍ରବ୍ୟ ମଧ୍ୟରୁ ମୁଖ୍ୟ। ଏହି କାରଣରୁ ଶ୍ରାବଣରେ ମେହେନ୍ଦୀ ଲଗାଇବାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।