fbpx

‘Bhool Bhulaiyaa 3’ ରିଲିଜ ପୂର୍ବରୁ ପ୍ରଡକ୍ସନ ଡିଜାଇନର ରଜତ ପୋଦ୍ଦାରଙ୍କ ପରଲୋକ, ଏହି ଦିନ ସେୟାର କରିଥିଲେ ଫିଲ୍ମର ଟିଜର

ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରୀର ପପୁଲାର ଆକ୍ଟର କାର୍ତ୍ତିକ ଆର୍ଯ୍ୟନଙ୍କ ମଚ-ଆୱେଟେଡ ଫିଲ୍ମ ‘ଭୁଲ-ଭୁଲୈୟା ୩’ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଏହି ଫିଲ୍ମ ସହ ଜଡିତ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମ ‘ଭୁଲ-ଭୁଲୈୟା ୩’ର ପ୍ରଡକ୍ସନ ଡିଜାଇନର ରଜତ ପୋଦ୍ଦାରଙ୍କ ପରଲୋକ ଘଟିଛି। ଫିଲ୍ମର ନିର୍ଦ୍ଦେଶକ ଅନୀସ ବଜ୍ମୀ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରରେ ଏହି ଦୁଃଖଦ ଖବର ସୂଚନା ଦେଇଛନ୍ତି। ବଲିଉଡରେ ଲୋକଙ୍କୁ ବିଶ୍ୱାସ ହେଉନାହିଁ ଯେ, ରଜତ ପୋଦ୍ଦାରଙ୍କର ଏତେ ଜଲଦୀ ପରଲୋକ ଘଟିଛି। ରଜତ ପୋଦ୍ଦାର ଗୋଟିଏ ଦିନ ପୂର୍ବରୁ ଫିଲ୍ମ ଭୁଲ ଭୁଲୈୟା ୩ ର ଟିଜର ସେୟାର କରିଥିଲେ।

‘ଭୁଲ-ଭୁଲୈୟା ୩’ର ନିର୍ଦ୍ଦେଶକ ଅନୀସ ବଜ୍ମୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ରଜତ ପୋଦ୍ଦାରଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଏଥିସହ କ୍ୟାପ୍ସନ ଲେଖିଥିଲେ, ‘ଆଜି ଜଣେ ପ୍ରିୟ ମିତ୍ର ହରାଇଛି। ଜଣେ ଭଲ ମଣିଷ ଏବଂ ଜଣେ ମାଷ୍ଟର ପ୍ରଡକ୍ସନ ଡିଜାଇନର। ଖୁବ ଶିଘ୍ର ଚାଲିଗଲେ.. ତୁମେ ସବୁବେଳେ ମନେପଡିବ ରଜତ ଭାଇ।’ ଅନୀସ ବଜ୍ମୀଙ୍କ ଏହି ଫୋଷ୍ଟରେ ସେଲିବ୍ରିଟିମାନେ ଆର୍ଟ ଡାଇରେକ୍ଟର ମଧ୍ୟ ଥିଲେ। ଏଜତ ପୋଦ୍ଦାର ଫାଇଟର, ପଠାନ, ବର୍ଫି, ଜଗା ଜାସୁସ, ସମେତ ଅନେକ ଫିଲ୍ମର ପ୍ରଡକ୍ସନ ଡିଜାଇନର ରହିଥିଲେ। ସେହିଡରି ରଜତ ପୋଦ୍ଦାର ଆର୍ଟ ଡାଇରେକ୍ଟର ଭାବେ ମର୍ଡର, ଆୱାରାପନ, ନୋ ପ୍ରୋବ୍ଲେସ ଭଳି ଫିଲ୍ମ ସହ ଜଡିତ ଥିଲେ।

Get real time updates directly on you device, subscribe now.