fbpx

ଶତପ୍ରତିଶତ ଟିକାକରଣ: ଭୁବନେଶ୍ୱର ଦେଶର ପ୍ରଥମ ସହର

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଦେଶର ପ୍ରଥମ ସହର ଭାବରେ ନିଜର ସମସ୍ତ ନାଗରିକଙ୍କ ଟିକାକରଣ କରିଛି ବିଏମସି । କରୋନା ବିପକ୍ଷରେ ଶତ ପ୍ରତିଶତ ଟିକାକରଣ କରିବାରେ ଦେଶର ପ୍ରଥମ ସହର ପାଲଟିଛି ବିଏମସି । ଭୁବନେଶ୍ୱର ଦକ୍ଷିଣ ପୂର୍ବ ଜୋନ୍ କମିଶନର ଅଂଶୁମାନ ରଥଙ୍କ ଅନୁଯାୟୀ ଭୁବନେଶ୍ୱରର ଶତ ପ୍ରତିଶତ ନାଗରିକଙ୍କ ଟିକାକରଣ ସହିତ ଏକ ଲକ୍ଷ ପ୍ରବାସୀଙ୍କୁ ମଧ୍ୟ ଟିକାକରଣରେ ସାମିଲ କରାଯାଇଛି ।

ଜୁଲାଇ ୩୧ ସୁଦ୍ଧା ଶତପ୍ରତିଶତ ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏହି ସମୟ ମଧ୍ୟରେ ୧୮ ବର୍ଷରୁ ଅଧିକ ବର୍ଷର ୯ ଲକ୍ଷ ୭ ହଜାର ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇଛି । ଏହା ମଧ୍ୟରେ ୩୧ ହଜାର ସ୍ୱାସ୍ଥ୍ୟ କର୍ମୀ, ୩୩ ହଜାର ସମ୍ମୁଖ ଯୋଦ୍ଧା ରହିଛନ୍ତି । ୧୮-୪୪ ବର୍ଷ ବୟସ ମଧ୍ୟରେ ୫ ଲକ୍ଷ ୧୭ ହଜାର ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ୪୫ ବର୍ଷରୁ ଉଦ୍ଧ୍ୱର୍ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଜୁଲାଇ ୩୦ ସୁଦ୍ଧା ସମୁଦାୟ ୧୮ ଲକ୍ଷ ୩୫ ହଜାର ଟିକା ଦିଆଯାଇଥିବା ନେଇ କମିଶନର ପ୍ରକାଶ କରିଛନ୍ତି । ଭୁବନେଶ୍ୱରରେ ସମୁଦାୟ ୫୫ଟି ଟିକାକରଣ କେନ୍ଦ୍ର ରହିଥିବ।। ବେଳେ ଏହା ମଧ୍ୟରୁ ୩୦ଟି ବିଭିନ୍ନ ୟୁପିଏଚସିରେ ରହିଥିଲା ।

Get real time updates directly on you device, subscribe now.