fbpx

ପୃଥିବୀ ଉପରେ ଆଉ ଏକ ବଡ ବିପଦ: ଓଜୋନ ସ୍ତରରେ ବଡ ଛିଦ୍ର, ହୋଇପାରେ ଅଘଟଣ

Advertisement

କରୋନା ଭାଇରସରେ ବିଶ୍ୱ ଲଢୁଥିବା ବେଳେ ପୃଥିବୀ ଉପରେ ଆଉ ଏକ ବିପଦ ବଢିବାରେ ଲାଗିଛି । ରିପୋର୍ଟ ମୁତାବକ, ଉତ୍ତର ଧ୍ରୁବରେ ଆର୍କଟିକା ଉପରେ ଥିବା ଓଜୋନ ସ୍ତରରେ ବହୁତ ବଡ ଛିଦ୍ର ରହିଛି । ବୈଜ୍ଞାନିକଙ୍କ କହିବା ମୁତାବକ ଏହି ଛିଦ୍ରଟି ପ୍ରାୟ ୧୦ ଲକ୍ଷ ବର୍ଗ କିଲୋମିଟର ହୋଇଥିବା ବେଳେ ଏହା ଆଣ୍ଟାର୍କଟିକା ଗର୍ତ୍ତଠାରୁ ବହୁତ ଛୋଟ । ଯାହାକି ୩-୪ ମାସ ଭିତରେ ଦୁଇରୁ ଅଢେଇ କୋଟି କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥାଏ ।

ତେବେ ଅଧିକ ଥଣ୍ଡା କାରଣରୁ ଆର୍କଟିକା ଉପରେ ଏହି ଗର୍ତ୍ତ ହୋଇଥିବା ଜଣାପଡିଛି । ଓଜୋନ୍ ସ୍ତରରେ ଛିଦ୍ର ସାଧାରଣଙ୍କ ପାଇଁ ଚିନ୍ତାର ବିଷୟ । ଏଥିରେ ଆର୍କଟିକାରେ ଉତ୍ତାପ ବୃଦ୍ଧି କରିବା ସହ ବରଫ ତରଳିବାରେ ଲାଗିବ । ଏହି ସମୟରେ ପୃଥିବୀର ଚର୍ମ କର୍କଟ ଭଳି ରୋଗରେ ପୀଡିତ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପଡିବ । ମାନବ ସହ ପଶୁ ଓ ଫସଲକୁ ଏହା କ୍ଷତି ପହଞ୍ଚାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.