ଭୁବନେଶ୍ୱର: ଓଡ଼ିଶାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହୋଇଛି । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ ।
ନମୁନା ପରୀକ୍ଷଣ ପରେ ସାମ୍ନାକୁ ଆସିଛି ରିପୋର୍ଟ । ଭୋପାଳ ସ୍ଥିତ NIHSADରୁ ରିପୋର୍ଟ ଆସିଥିବା ସୂଚନା ।
ଡେଲାଙ୍ଗ ବ୍ଲକ ବଡ଼ଆଙ୍କୁଲାରୁ ନମୁନା ନିଆଯାଇଥିଲା । ମାଂସରେ H5N1 ଭୂତାଣୁ ଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି ।
୧୦ କି.ମି ପରିଧି ଭିତରେ ସର୍ଭିଲାନ୍ସ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସଂକ୍ରମିତ ଅଞ୍ଚଳରୁ ପକ୍ଷୀ ନେବା ଆଣିବା ନିଷେଧ କରାଯାଇଛି ।
ଡେଲାଙ୍ଗର ୩ ଟି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହି ଅଞ୍ଚଳରୁ ୬୫୦୦ କୁକୁଡା ମରାଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।