fbpx

ମହାନଦୀକୁ ଡେଇଁଥିବା ବିଜେବି କଲେଜ ଲ୍ୟାବ ଆସିଷ୍ଟାଣ୍ଟଙ୍କ ମିଳିଲା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ବିଜେବି କଲେଜର ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସ । ଗତକାଲି ତାଙ୍କୁ ମହାନଦୀରେ ଖୁବ୍ ଖୋଜାଖୋଜି କରାଯାଇଥିଲା । ହେଲେ ତାଙ୍କର ମୃତଦେହ ମିଳିନଥିଲା । ତେବେ ଆଜି ତାଙ୍କ ମୃତଦେହ ଠାବ ହୋଇଛି । କଟକ ଜିଲ୍ଲା କିଶନଗରରୁ ତାଙ୍କ ମୃତଦେହକୁ ଠାବ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ମହାନଦୀକୁ ଡେଇଁ ପଡ଼ିଥିଲେ ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସ । ତାଙ୍କ ଡ୍ରାଇଭର୍ ଙ୍କୁ କହି ମହାନଦୀ ପାଖରେ ଗାଡ଼ି ରଖିବାକୁ କହିଥିଲେ ଓ ହଠାତ୍ ଗାଡ଼ିରୁ ଓହ୍ଲାଇ ନଦୀକୁ ଡେଇଁ ପଡ଼ିଥିଲେ । ଏନେଇ ଖୋଦ୍ ଡ୍ରାଇଭର୍ ପୋଲିସ୍ ସାମନାରେ କହିଛନ୍ତି । ତେବେ ସରକାରୀ ଚାକିରିଆ ହୋଇ କାହିଁକି ଏପରି ହଠାତ୍ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ତାକୁ ନେଇ ଏବେ ଖୋଳତାଡ଼ ଚାଲିଛି ।

Get real time updates directly on you device, subscribe now.