fbpx

ମଣ୍ଡି ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ କଙ୍ଗନା ରଣାୱତ, ରୋଡ ସୋ’ରେ କମ୍ପୁଛି ମଇଦାନ

Advertisement

ନୂଆଦିଲ୍ଲୀ: ଅଭିନେତ୍ରୀ ଏବଂ ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ଆଜି ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । କଙ୍ଗନା ରୋଡ ଶୋ କରିବା ସମୟରେ ନାମାଙ୍କନ ଦାଖଲ କରିବା ପାଇଁ ପହଁଚିଛନ୍ତି । ତାଙ୍କ ରୋଡ ଶୋରେ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇଛନ୍ତି ।

ଏହି ସମୟରେ କଙ୍ଗନା କହିଛନ୍ତି ଯେ, ମଣ୍ଡି ଜନତାଙ୍କର ମୋ ପ୍ରତି ଭଲପାଇବା ଏବଂ ବିଶ୍ୱାସ ରହିଛି । ଲୋକମାନଙ୍କ ଭାବନା ଏବଂ ଆଶା ମୋତେ ଏଠାକୁ ଟାଣି ଆଣିଛି । ଆଜି ମୁଁ ମଣ୍ଡି ଆସନରୁ ନାମାଙ୍କନ ଦାଖଲ କରିଛି । ସାରା ମଣ୍ଡିରେ ସମସ୍ତେ ଉତ୍ସାହିତ ଅଛନ୍ତି । ଆମ ପାଇଁ ସୌଭାଗ୍ୟର କଥା ଯେ, ବିଜେପିରୁ ଟିକେଟ ମିଳିଛି । ଲୋକେ ବହୁତ ଉତ୍ସାହିତ ଅଛନ୍ତି । ଏଠାର ପରିବେଶ ଏକ ପର୍ବ ପରି ଜଣାପଡୁଛି ।

ମଣ୍ଡିରେ କଙ୍ଗନା ରଣାୱତଙ୍କ ମୁକାବିଲା କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହଙ୍କ ସହ ରହିଛି । ଏଠାରେ ୭ମ ପର୍ଯ୍ୟାୟରେ ନିର୍ବାଚନ ହେବ । ୧ ଜୁନରେ ଭୋଟିଂ ହେବ । ବିକ୍ରମାଦିତ୍ୟଙ୍କ ମାଆ ପ୍ରତିଭା ସିଂହ ମଣ୍ଡିର ସାଂସଦ ଏବଂ କଂଗ୍ରେସର ରାଜ୍ୟ ସଂଘର ଅଧ୍ୟକ୍ଷ ଅଟନ୍ତି । ପ୍ରତିଭା ମଣ୍ଡି ସଂସଦୀୟ ଆସନରୁ ତିନି ଥର ବିଜୟ ହାସଲ କରିଛନ୍ତି । ୨୦୧୯ ନିର୍ବାଚନରେ ସେ ହାରି ଯାଇଥିଲେ ହେଲେ ୨୦୨୧ ମଣ୍ଡି ଲୋକସଭା ଉପନିର୍ବାଚନରେ ଅନେକ ସଂଖ୍ୟାରେ ଭୋଟ ପାଇ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.