fbpx

BJPର ମିଶନ୍ ୨୦୨୪: ସଂସଦୀୟ ବୋର୍ଡ ଓ କେନ୍ଦ୍ରୀୟ ନିର୍ବାଚନ ସମିତି ସଦସ୍ୟଙ୍କ ନାମ ଘୋଷଣା, ଦେଖନ୍ତୁ ଓଡ଼ିଶାରୁ କିଏ ସ୍ଥାନ ପାଇଲା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ଏକ ବଡ଼ଧରଣର ପରିବର୍ତ୍ତନ କରିଛି । ଦଳର ସଂସଦୀୟ ବୋର୍ଡ ଓ କେନ୍ଦ୍ରୀୟ ନିର୍ବାଚନ ସମିତିରୁ ଅନେକ ନେତାଙ୍କୁ ହଟା ଯାଇଛି । ସଂସଦୀୟ ବୋର୍ଡରେ ନୀତିନ ଗଡକରୀ ଓ ଶିବରାଜ ସିଂହ ଚୌହାନଙ୍କୁ ସ୍ଥାନ ମିଳିନାହିଁ । ଅନ୍ୟପକ୍ଷରେ ବିଏସ ୟେଦିୟୁରପ୍ପା, ସୁଧା ୟାଦବ, ଇକବାଲ ସିଂହ ଲାଲପୁର, ସର୍ବାନନ୍ଦ ସୋନୋୱାଲ, କେ.ଲକ୍ଷ୍ମଣଙ୍କ ପରି ନୂଆ ସଦସ୍ୟଙ୍କୁ ସଂସଦୀୟ ବୋର୍ଡରେ ସ୍ଥାନ ମିଳିଛି ।

ସଂସଦୀୟ ବୋର୍ଡରେ ଜେପି ନଡ୍ଡା (ଅଧ୍ୟକ୍ଷ), ନରେନ୍ଦ୍ର ମୋଦୀ, ଅମିତ ଶାହ, ରାଜନାଥ ସିଂହ, ବିଏସ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ.ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁର, ସୁଧା ୟାଦବ, ସତ୍ୟନାରାୟଣ ଜଟିୟା, ବିଏଲ ସନ୍ତୋଷ (ସଚିବ) ପ୍ରମୁଖ ସ୍ଥାନ ପାଇଛନ୍ତି । ଏଥିସହିତ ଭାଜପା କେନ୍ଦ୍ରୀୟ ନିର୍ବାଚନ ସମିତିର ଘୋଷଣା କରିଛି ।

କେନ୍ଦ୍ରୀୟ ନିର୍ବାଚନ ସମିତିରେ ଦେବେନ୍ଦ୍ର ଫଡନବୀସ, ଭୂପେନ୍ଦ୍ର ୟାଦବ, ଓମ ମାଥୁରଙ୍କୁ ସ୍ଥାନ ମିଳିନାହିଁ । ଜେପି ନଡ୍ଡା (ଅଧ୍ୟକ୍ଷ), ନରେନ୍ଦ୍ର ମୋଦୀ, ରାଜନାଥ ସିଂହ, ଅମିତ ଶାହ, ବିଏସ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ.ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ୟାଦବ, ସତ୍ୟନାରାୟଣ ଜଟିୟା, ଭୂପେନ୍ଦ୍ର ୟାଦବ, ଦେବେନ୍ଦ୍ର ଫଡନବୀସ, ବିଏଲ ସନ୍ତୋଷ (ସଚିବ), ବି. ଶ୍ରୀନିବାସ ପ୍ରମୁଖ ଏହି ସମିତିରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.