fbpx

BJP Serial Killer, ବିଧାୟକଙ୍କୁ କିଣିବା ପାଇଁ ଭାଜପା ଖର୍ଚ୍ଚ କରିଛି ୬,୩୦୦ କୋଟି: କେଜ୍ରି

ନୂଆଦିଲ୍ଲୀ: ବିଜେପି ଭାରତ ସରକାରଙ୍କର ଏକ ସିରିୟଲ କିଲର । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ବିଭିନ୍ନ ରାଜ୍ୟ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ପ୍ରୟାସ କରୁଛି । ପୂର୍ବରୁ ବିଜେପି ଗୋଆ, କର୍ଣ୍ଣାଟକ, ମେଘାଳୟ, ମଣିପୁର, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆସାମ, ମଧ୍ୟପ୍ରଦେଶ, ବିହାରରେ ଷଡ଼ଯନ୍ତ୍ର କରି କ୍ଷମତା ହାତେଇଥିଲା । ଦିଲ୍ଲୀ ଉପରେ ମଧ୍ୟ ବିଜେପିର ଆଖି ରହିଛି । ବିଧାନସଭାରେ ଭାଷଣ ଦେବା ଅବସରରେ ଆମ ଆଦମୀ ପାର୍ଟି (ଆପ)ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ବିରୋଧରେ ଭୟଙ୍କର ଅଭିଯୋଗ ଆଣିଛନ୍ତି ।

କେଜ୍ରି କହିଛନ୍ତି, ବିଜେପି ଜିଏସଟି ଓ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି କରି ପ୍ରଚୁର ଅର୍ଥ ସଂଗ୍ରହ କରୁଛି । ତୈଳ ଦର ଗତ କିଛି ମାସ ମଧ୍ୟରେ ୧୦୦ ଟଙ୍କା ଟପିଛି । ଗତ ୯୬ ଦିନ ଧରି ଦେଶରେ ଇନ୍ଧନ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଏକ ହିସାବ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ବିଜେପିକୁ ୨୭୭ ଜଣ ବିଧାୟକ ଆସିଛନ୍ତି । ଯଦି ଜଣଙ୍କୁ ସେମାନେ ୨୦ କୋଟି ଟଙ୍କା ଲେଖାଏଁ ଦେଇଥିବେ ତେବେ ଏପରି ଭାବେ ମୋଟ ୫,୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ । ଏହାଛଡ଼ା ଦିଲ୍ଲୀର ବିଧାୟକଙ୍କୁ କିଣିବା ପାଇଁ ବିଜେପି ୮ ଶହ କୋଟି ଟଙ୍କା ରଖିଛି ।

ଏତେ ଟଙ୍କା ବିଜେପି ଆଣୁଛି କେଉଁଠୁ? ଏହି କାରଣରୁ ହିଁ ଦେଶର ଅର୍ଥନୀତି ତଳକୁ ତଳକୁ ଖସିବାରେ ଲାଗିଛି । ଖୁବଶୀଘ୍ର ମୁଁ ଅପରେସନ ଲୋଟସର ଖୁଲାସା କରିବି । ଦିଲ୍ଲୀ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ତାଙ୍କୁ ଫସାଇ ଦିଆଯାଇଛି । ମନୀଷ ଯଦି ବିଜେପିରେ ମିଶିବେ ତେବେ ତାଙ୍କ ଉପରୁ କେସ ଉଠାଇ ଦିଆଯିବ ବୋଲି ମଧ୍ୟ ବିଜେପି ପକ୍ଷରୁ ଅଫର ଦିଆଯାଇଥିଲା ।

Get real time updates directly on you device, subscribe now.