କରାଚୀ: ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ପାକ ସେନାଙ୍କୁ ହତ୍ୟା କରିସାରିଛନ୍ତି ବେଲୁଚିସ୍ତାନ ଲିବରେଶନ୍ ଆର୍ମି । ଏ ନେଇ ବାଦି କରିଛି ବିଏଲଏ ।
ଘଣ୍ଟାକ ମଧ୍ୟରେ ୫୦ ପାକିସ୍ତାନୀ ସେନାଙ୍କୁ ହତ୍ୟା କରାସରିଛି । ସେପଟେ ଆତଙ୍କବାଦୀଙ୍କ ମୁକାବତିଲା ପାଇଁ ସ୍ଥଳ ଓ ଆକାଶ ମାର୍ଗରୁ ହମଲା କରୁଛି ପାକ୍ ସୁରକ୍ଷାବାହିନୀ ।
ଆହୁରି ୧୫୦ ଜଣଙ୍କୁ ବିଏଲଏ ପଣବନ୍ଦୀ କରି ରଖିଥିବା କହିଛି । ଗଣମାଧ୍ୟମ ଜରିଆରେର ପ୍ରେସ ରିଲିଜ କରି ବିଏଲଏ ଦେଲା ସୂଚନା ।
ପାକିସ୍ତାନୀ ସେନା ପୁଣି ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରିବା ନେଇ ବିଏଲଏ ଧମକ ଦେଇଛି ।
ସମାଧାନ ପାଇଁ ପାକିସ୍ତାନ ସରକାରଙ୍କୁ ୨୦ ଘଣ୍ଟାର ମହଲତ । ଏହି ସମୟରେ ୁଭୟ ପକ୍ଷ ବନ୍ଦୀ ମୁକ୍ତି ସହମତି ନ ହେଲେ ହତ୍ୟା କରାଯିବ ।
ଆସନ୍ତା ପ୍ରତି ଘଣ୍ଟାରେ ହତ୍ୟା ନେଇ ଚରମ ବାଣୀ ଶୁଣାଇଲା ବିଏଲଏ ।
ହାତ ବାନ୍ଧି ବସିଛି ପାକିସ୍ତାନ, ଟ୍ରେନ୍ ହାଇଜ୍ୟାକକୁ ୨୪ ଘଣ୍ଟା ବିତିଥିଲେ ସୁଦ୍ଧା ଲୋକ ମୁକୁଳି ପାରିଲେନି ।