fbpx

ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଲା ଡଙ୍ଗା, ଉଦ୍ଧାର ପାଇଁ ଯାତ୍ରୀମାନଙ୍କ ନିବେଦନ

Advertisement

କୃଷ୍ଣପ୍ରସାଦ: ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିବା ଖବର ସାମ୍ନାକୁ ଆସିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଅଟକି ଯାଇଛି । ତେବେ ମଝି ଚିଲିକାରେ ୩୦ ରୁ ଅଧିକ ଲୋକ ଫସି ରହିଛନ୍ତି ବୋଲି ଜଣାପଡିଛି । ଯାତ୍ରୀମାନଙ୍କ ସହ ୮ଟି ବାଇକ ମଧ୍ୟ ଡଙ୍ଗାରେ ରହିଛି । ଅଧଘଣ୍ଟାରୁ ଅଧିକ ସମୟ ହେଲାଣି ଫସି ରହିଛି ଏହି ଡଙ୍ଗା ।

ସୂଚନା ଅନୁଯାୟୀ, କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ହ୍ରଦ ମଝିରେ ଡଙ୍ଗା ଚାଲିବା ହଠାତ ବନ୍ଦ ହୋଇଗଲା । ତେବେ ଏହି ଡଙ୍ଗାରେ ଯାତ୍ରା କରୁଥିବା ୩୦ ଜଣ ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ଡଙ୍ଗାରେ ଫସିରହିଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଉ ବୋଲି ଯାତ୍ରୀମାନେ ନିବେଦନ କରିଛନ୍ତି । ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ଡଙ୍ଗା ବାହରିଥିଲା ।

Get real time updates directly on you device, subscribe now.